ପରାଜୟ ହିଁ ବିଜୟର ବାଟ ଦେଖାଇଥାଏ: ବବିତା ଫୋଗତ୍‌

ଝିଲି ଦଳବେହେରା ପାଇଲେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ପରିଶ୍ରମ ଜାରିରଖିଲେ ଫଳ ନିଶ୍ଚୟ ମିଳିବ। ଜଣେ ଖେଳାଳି ଜୀବନରେ ହାରଜିତ ଲାଗି ରହିଥାଏ। ତେବେ ପରାଜୟରୁ ହିଁ ବିଜୟର ବାଟ ଦେଖାଇଥାଏ ବୋଲି ୨୦୧୮ ରାଜ୍ୟେଗାଷ୍ଠୀ କ୍ରୀଡା ପ୍ରତିେଯାଗିତାର ଭାରୋତ୍ତଳନରେ ସ୍ବର୍ଣ୍ଣ ପଦକ ବିଜୟିନୀ ବବିତା ଫୋଗତ୍‌ କହିଛନ୍ତି। ଇମ୍ପାକ୍ଟ ପକ୍ଷରୁ ଆେୟାଜିତ ୨୭ତମ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବବିତା କହିଥିଲେ, ତାଙ୍କ ଜୀବନରେ ଅନେକ ଉତ୍‌ଥାନ ପତନ ଆସିଛି। ମାତ୍ର ସେସବୁକୁ ଖାତିର ନ କରି ନିଜର ଲକ୍ଷ୍ୟ ହାସଲ ଦିଗରେ ଚେଷ୍ଟା ଜାରିରଖି ସଫଳ ହୋଇଛନ୍ତି। ଆମ ସମାଜରେ ଝିଅଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ଏପରି ମନୋଭାବ ପରିହାର କରିବାକୁ ସେ ପରାମର୍ଶ ଦେଇଥିଲେ। ନିଜର ସମସ୍ତ ଶ୍ରେୟ ସେ ତାଙ୍କ ବାପାକୁ ଦେବା ସହ ଏପରି ବାପା ମା’ ସବୁ ଝିଅକୁ ମିଳୁ ବୋଲି କହିଥିଲେ।
ଏକଲବ୍ୟ ପୁରସ୍କାର କମିଟି ଟ୍ରଷ୍ଟି ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଓଡିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ ସାଇକ୍ଲିଷ୍ଟ ମିନତି ମହାପାତ୍ର ଯୋଗ ଦେଇଥିଲେ। ୨୦୧୯ ବର୍ଷ ପାଇଁ ରାଜ୍ୟର ଉଦୀୟମାନ ଭାରୋତ୍ତଳକାରୀ ଝିଲି ଦଳବେହେରାଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରା ଯାଇଥିଲା। ମୁଖ୍ୟଅତିଥି ବବିତା ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା, ମାନପତ୍ର, ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ପ୍ରତିକ୍ରିୟାରେ ଝିଲି କହିଥିଲେ, ଏହି ପୁରସ୍କାର ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ଏସବୁର ଶ୍ରେୟ ସେ ନିଜ ପ୍ରଶିକ୍ଷକଙ୍କୁ ଦେଇଥିଲେ। ସୂଚନାେଯାଗ୍ୟ ଯେ ଝିଲ୍ଲୀ ଗତ ଏପ୍ରିଲ ମାସରେ ଚାଇନାରେ ଅନୁଷ୍ଠିତ ଏସିଆନ ୱେପ୍ଟଲିଫ୍ଟିଂ ଚମ୍ପିଆନଶିପ ୪୫ କିଗ୍ରା ବାଳିକା ବର୍ଗରେ ରୌପ୍ୟ, ଜାତୀୟ ଯୁବ ଭାେରା‌େ‌ତ୍ତାଳନ ପ୍ରତିେଯାଗିତାର ୪୮ କିଗ୍ରା ବର୍ଗରେ ସ୍ବର୍ଣ୍ଣ, ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିେଯାଗିତା ଜୁନିୟର ମହିଳା ବର୍ଗରେ ସ୍ବର୍ଣ୍ଣ, ଏସିଆନ ଜୁନିୟର ମହିଳା ଭାରୋତ୍ତଳନ ପ୍ରତିେଯାଗିତାରେ ରୌପ୍ୟ ଓ ୨୦୧୮ରେ ତାସକେଣ୍ଟରେ ଅନୁଷ୍ଠିତ ଆଇଡବ୍ଲ୍ୟୁଏଫ ବିଶ୍ବ ଚମ୍ପିଆନସିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିପରି ଫୁଟବଲ ଖେଳାଳି ଜବାମଣି ଟୁଡୁ ଓ ହକି ତାରକା ନମିତା ଟପ୍ପୋଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରା ଯାଇଥିଲା। ଉଭୟଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ସହ ମାନପତ୍ର ପ୍ରଦାନ କରା ଯାଇଥିଲା। ଏକଲବ୍ୟ ପୁରସ୍କାର କମିଟି ସଂଯୋଜକ ଅେଶାକ ବେହେରା, ବିଚାରକ ମଣ୍ଡଳୀ ସଦସ୍ୟ ଏସ୍‌.ପି. ଠାକୁର ଉପସ୍ଥିତ ଥିଲେ। କିଶୋର ମହାନ୍ତି ଧନ୍ୟବାଦ ଦେଇଥିଲେ।

Comments are closed.