www.samajalive.in
Monday, December 15, 2025
14.1 C
Bhubaneswar

କଟକଣା ଭିତରେ ଚୌଦ୍ୱାରରେ ଇଦ୍‍ ପାଳିତ

ଚୌଦ୍ୱାର : ଚୌଦ୍ୱାରର ମୁସଲମାନ ସମ୍ପ୍ରଦାୟର ଲୋକମାନେ ପବିତ୍ର ଇଦ୍‍ -ଉଲ-ଫିତର ପର୍ବ ନିରାଡମ୍ବର ଭାବେ ପାଳନ କରିଛନ୍ତି। ଶୁକ୍ରବାର ସକାଳେ ପୌରପାଳିକା ୨ ନମ୍ବର ୱାର୍ଡ଼ ସ୍ଥିତ ମସଜିଦ୍‍ରେ ମୌଲବୀ ସାହାବୁଦ୍ଦିନ୍‍ ସକାଫି ପବିତ୍ର କୋରାନ୍‍ ପାଠ କରି କଲମା ପଡ଼ିବା ପରେ ସ୍ଥାନୀୟ ଇସ୍‍ଲାମ ଧର୍ମାବଲମ୍ବୀ ମାନେ ନିଜ ନିଜ ଘରେ ନମାଜ ପଡ଼ିଥିଲେ। ଚୌଦ୍ୱାର ମୁସଲିମ୍‍ ପଂଚାୟତର ସଭାପତି ସେକ୍‍ ସାଜିଦ୍‍ ଚାନ୍ଦ୍‍, ଉପ ସଭାପତି କରିମ୍‍ ବକ୍ସ୍‍, ସମ୍ପାଦକ ରହିମ୍‍ ବେଗ୍‍, ଏହେସାନ୍‍ ରକିବ୍‍ ସାହା ପ୍ରମୁଖ ସମାଜିକ ଦୂରତା ରକ୍ଷାକରି ମସଜିଦ୍‍ରେ ମୌଲବୀଙ୍କ ସହିତ ନମାଜ ପାଠ କରିଥିଲେ। କରୋନା କଟକଣା ହେତୁ ଚଳିତ ବର୍ଷ ସମୁହ ନମାଜପାଠ, ବନ୍ଧୁ ମିଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ସମ୍ପୂର୍ଣ୍ଣଭାବେ ବାତିଲ କରା ଯାଇଥିବା ମୁସଲିମ୍‍ ପଂଚାୟତର ସଦସ୍ୟ ମାନଙ୍କ ସୁତ୍ରରୁ ପ୍ରକାଶ। ଦୀର୍ଘ ଏକ ମାସ ଧରି ଲୋକେ ରୋଜା ରଖିବା ପରେ ପରମ୍ପରା ଅନୁଯାୟୀ ଘରେ ଘରେ ନାନା ସ୍ୱାଦିଷ୍ଟ ଭୋଜନର ଆୟୋଜନ କରି ପରିବାର ମଧ୍ୟରେ ଉତ୍ସବ ପାଳନ କରିଥିଲେ। ଚଳିତ ବର୍ଷ ଲୋକମାନେ ମୋବାଇଲରେ ପରସ୍ପରକୁ ଇଦ୍‍ ଅଭିନନ୍ଦନ ଜଣାଇଥିବା ଜଣା ପଡ଼ିଛି। ସେହିପରି ଚୌଦ୍ୱାର ନିକଟସ୍ଥ ବିଲ୍‍ ତେରୁଆାଁ ଗ୍ରାମରେ ନମାଜ ପାଠ ଓ ଇଦ୍‍ ପର୍ବ ପାଳିତ ହୋଇଥିବା ବେଳେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‍ ବରହମପୁର ଗ୍ରାମସ୍ଥିତ ମସଜିଦ୍‍ରେ ମଧ୍ୟ କଟକଣା ଭିତରେ ଇଦ୍‍ ପର୍ବ ଓ ନମାଜପାଠ ଅନୁଷ୍ଠିତ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories