www.samajalive.in
Saturday, December 13, 2025
15.1 C
Bhubaneswar

ହତ୍ୟା ଅଭିଯୁକ୍ତ ଫେରାର, ସଂକ୍ରମଣ ଭୟରେ ପାଖ ମାଡୁନି ପୁଲିସ

ବଲାଙ୍ଗିର:ହତ୍ୟା ମାମଲାରେ ଗିରଫ ଜଣେ ଅଭିଯୁକ୍ତ କରୋନା ସଂକ୍ରମିତ ହେଇଥିବା ଜଣାପଡିବା ପରେ ପୁଲିସ ଜେଲକୁ ନପଠାଇ କୋଭିଡ ଯତ୍ନ କେନ୍ଦ୍ରରେ ରଖିଥିଲା। କୋଭିଡ ଯତ୍ନ କେନ୍ଦ୍ରରୁ ଚତୁରତାର ସହ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିଲେ। କେହି ଏହାର ସୁରାକ ବି ପାଇଲେନି। ଯତ୍ନ କେନ୍ଦ୍ରରୁ ଅଭିଯୁକ୍ତ ସଂକ୍ରମିତ ଜଣଙ୍କ ପଳାଇବା ସଂପର୍କରେ ଥାନାରେ ବି ଅଭିଯୋଗ ହୋଇନାହିଁ। ଅନ୍ୟପଟେ ହତ୍ୟା ଅଭିଯୁକ୍ତ ହାଜର ହୋଇଯାଇଛନ୍ତି ଗାଁରେ। ସଂକ୍ରମିତ ଥିଲେ ବି ଅବାଧରେ ବୁଲୁଛନ୍ତି। ଆଉ ୩ଜଣଙ୍କ ମୁଣ୍ଡ ଗଡାଇବି ବୋଲି ଧମକ ଦେଉଛନ୍ତି। ‘ସମାଜ’ରେ ହତ୍ୟା ଅଭିଯୁକ୍ତଙ୍କ ଫେରାର ଖବର ପ୍ରକାଶିତ ହୋଇଥିଲେ ବି ତାକୁ ଧରିବାକୁ ପଛଘୁଞ୍ଚା ଦେଉଛି ବଲାଙ୍ଗିର ସଦର ପୁଲିସ। ଆଉ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବୟାନ ବି ତାଜୁବ କଲା ଭଳି। ଖବର ପ୍ରକାଶ ପରେ ପୁଲିସ ତତ୍ପରତା ଦେଖାଇବା ବଦଳରେ କୋହଳ ମନୋଭାବ ପ୍ରଦର୍ଶନ କରୁଛି। ଯାହାକି ଅନ୍ୟ ମାମଲାରେ ଅଭିଯୁକ୍ତମାନଙ୍କୁ ସୁହାଇବା ଭଳି ହୋଇଛି।
ଗତ କିଛି ଦିନ ତଳେ ବଲାଙ୍ଗିର ସଦର ଥାନା କୁଶମେଲ ଗାଁର ନିରଜ କରଚେଲ ବଡ ଭାଇ ଚନ୍ଦ୍ରଶେଖର କରଚେଲକୁ ହତ୍ୟା କରିଥିଲା। ଚନ୍ଦ୍ରଶେଖରଙ୍କ ଶବକୁ ସେ ଏକ ବସ୍ତାରେ ପୂରାଇ ଭୀମ ଡୁଙ୍ଗୁରୀ ପାଖରେ ଫିଙ୍ଗି ଆସିଥିଲା। ସ୍ଥାନୀୟ ଲୋକେ ଶବ ଦେଖି ସଦର ଥାନା ପୁଲିସକୁ ଖବର ଦେଇଥିଲେ। ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ(ଏସ୍ଡିପିଓ) ତୋଫାନ ବାଗଙ୍କ ନେତୃତ୍ୱରେ ପୁଲିସ ଦଳ ପହଞ୍ଚି ହତ୍ୟାକାଣ୍ଡର ତଦନ୍ତ କରିଥିଲେ। ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଦେଇଥିଲେ। ହତ୍ୟା ମାମଲା ରୁଜୁ କରିବା ସହ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସାନ ଭାଇ ନିରଜକୁ ଥାନାକୁ ଆଣି ପଚରା ଉଚୁରା କରିଥିଲେ। ଜମି ବାଡି ଓ ସମ୍ପତ୍ତି ପାଇଁ ବଡ ଭାଇକୁ ନିରଜ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିବା ଏସ୍ଡିପିଓ ଶ୍ରୀ ବାଗ ସୂଚନା ଦେଇଥିଲେ। ତେବେ ହତ୍ୟା ମାମଲାରେ ଗିରଫ ହୋଇଥିବା ନିରଜ କରୋନା ସଂକ୍ରମିତ ଜଣାପଡିବା ପରେ ତାକୁ କାରାଗାରକୁ ନପଠାଇ ଲର୍କିପାଲି ସ୍ଥିତ ସରକାରୀ ପଲିଟେକ୍ନିକ୍ରେ ଥିବା କୋଭିଡ ଯତ୍ନ କେନ୍ଦ୍ର(ସିସିସି)ର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଥିଲା। ତେବେ ଚତୁରତାର ସହ ସେ କୋଭିଡ ଯତ୍ନ କେନ୍ଦ୍ରରୁ ଫେରାର ହୋଇଯାଇଥିଲା।

 

- Advertisement -

ଗୁରୁବାର ସେ ଗାଁରେ ପହଞ୍ଚି ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ। ଜଣେ ହତ୍ୟା ଅଭିଯୁକ୍ତ ଗିରଫ ହେଇଥିବା ବେଳେ ସେ କେମିତି ପୁଣି ଗାଁରେ ବୁଲୁଛି ବୋଲି ଲୋକଙ୍କର ସନ୍ଦେହ ହୋଇଥିଲା। ଏସଂପର୍କରେ ଶୁକ୍ରବାର ‘ସମାଜ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ପୁଲିସ ତତ୍ପରତା ଦେଖାଇ ଫେରାର ହତ୍ୟା ଅଭିଯୁକ୍ତ ନିରଜକୁ ଧରିବ ବୋଲି ଆଶା କରାଯାଉଥିଲା। ପୁଲିସ ଉଚ୍ଚ କର୍ତୃପକ୍ଷ ବି ଏଥିପ୍ରତି ଗୁରୁତ୍ୱ ଦେବେ ବୋଲି ଅନୁମାନ ହେଉଥିଲା। କିନ୍ତୁ ଯଥା ପୂର୍ବଂ ତଥା ପରଂ ଭଳି ପୁଲିସ ବି ନିରଜକୁ ଧରିବାକୁ ପଛଘୁଞ୍ଚା ଦେଉଛି। ଅନ୍ୟପଟେ ଫେରାର ନିରଜ ସଂକ୍ରମିତ ହୋଇଥିଲେ ବି ଗାଁରେ ବିନା ଦ୍ୱିଧାରେ ବୁଲିବା ସହ ଆଉ ୩ଜଣଙ୍କ ମୁଣ୍ଡ ଗଡାଇବ ବୋଲି ଧମକ ଦେଉଥିବା ଗାଁର କିଛି ଲୋକ ନାମ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି।
ହତ୍ୟା ଭଳି ସଙ୍ଗୀନ ମାମଲାରେ ସଂପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବାକୁ ପୁଲିସ ପଛଘୁଞ୍ଚା କାହିଁକି ବୋଲି ପ୍ରଶ୍ନ ଉଠୁଛି। ଆଉ ଏହାର ଉତ୍ତର ହେଉଛି ଯେ: ଅଭିଯୁକ୍ତ ନିରଜ କରୋନା ସଂକ୍ରମିତ। ତା’ ସଂସ୍ପର୍ଶରେ ଆସିଲେ ଅନ୍ୟମାନଙ୍କୁ ବି କରୋନା ହେବାର ସମ୍ଭାବନା ରହିଛି। ତେଣୁ ପୁଲିସ ତା ପାଖ ମାଡୁନି କି ଗିରଫ କରୁନି। ତେବେ ହତ୍ୟା ଅଭିଯୁକ୍ତ ମୁକୁଳା ବୁଲୁଥିବାରୁ ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଏସଡିପିଓ ଶ୍ରୀ ବାଗଙ୍କୁ ଏସଂପର୍କରେ ଯୋଗାଯୋଗ କରିବାରୁ ସେ ଏହାକୁ ହାଲୁକା ଭାବେ ନେଇଥିଲେ। ହତ୍ୟା ଅଭିଯୁକ୍ତ ନିରଜ ଗୃହ ସଙ୍ଗରୋଧରେ ରହିଛି। ଗୃହ ସଙ୍ଗରୋଧ ଅବଧି ସରିଲେ ତାକୁ ଧରାଯିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories