www.samajalive.in
Saturday, December 6, 2025
19.1 C
Bhubaneswar

ଭାରତରେ ମାସିକ ଋତୁସ୍ରାବକୁ ନେଇ ରହିଥିବା ରୁଢିବାଦି ମାନସିକତା ଦୂର କରିବା ପ୍ରୟାସ

ଭୁବନେଶ୍ୱର: ଭାରତରେ ୩୩୬ ନିୟୁତ ମାସିକ ଋତୁସ୍ରାବ ହେଉଥିବା ମହିଳାଙ୍କ ମଧ୍ୟରୁ ମାତ୍ର ୩୬% (୧୨୧ ନିୟୁତ) ମହିଳା ଓ ଯୁବତୀ ସ୍ଥାନୀୟ ସ୍ତରରେ ଅଥବା ବ୍ୟବସାୟିକ ସ୍ତରରେ ଉତ୍ପାଦିତ ସାନିଟାରୀ ନାପ୍‍କିନ ବ୍ୟବହାର କରୁଥିବା ୪ର୍ଥ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ-୪) ୨୦୧୫-୧୬ରୁ ଜଣାଯାଇଛି। ତାହାସହିତ ଉତ୍ପାଦ ବ୍ୟବହାର କ୍ଷେତ୍ରରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟ ଉଲ୍ଲେଖନୀୟ ପାର୍ଥକ୍ୟ ରହିଛି। ଭାରତରେ ୭୧% ଯୁବତୀଙ୍କର ପ୍ରଥମ ଋତୁସ୍ରାବ ହେବା ପୂର୍ବରୁ ସେ ସମ୍ପର୍କରେ ସେମାନଙ୍କର କୌଣସି ଜ୍ଞାନ ନଥିବା ଜଣାଯାଇଛି। ଏହିଭଳି ଏକ ପରିସ୍ଥିତିରେ ମହିଳାଙ୍କ ଜୀବନରେ ପାର୍ଥକ୍ୟ ଆଣିବାକୁ ଆରମ୍ଭ ହୋଇଥିବା ଏକ ସାମାଜିକ ପ୍ରୟାସ ଆକ୍ସନ ଲ୍ୟାବ ୨୦୫୦ (ଏଏଲ୍୫୦) ଏଭଳି ଏକ ପରିବେଶ ସୃଷ୍ଟି କରିବାକୁ ଚାହୁଁଛି, ଯେଉଁଥିରେ ପ୍ରତ୍ୟେକ ମହିଳା ଏବଂ ଯୁବତୀ ସେମାନଙ୍କର ମାନବିକ ଅଧିକାରକୁ ସାବ୍ୟସ୍ତ କରିପାରିବେ ଏବଂ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ନେଇ ଜୀବନ ବଞ୍ଚିପାରିବେ। ପ୍ରତ୍ୟେକ ମହିଳା ଯେଭଳି ତାଙ୍କର ପ୍ରକୃତ ମୂଲ୍ୟ ହୃଦୟଙ୍ଗମ କରିପାରିବେ ସେଥିପାଇଁ ଏକ ଉପଯୋଗୀ ପରିବେଶ ସୃଷ୍ଟି କରିବାର ପ୍ରଶସ୍ତ ଲକ୍ଷ୍ୟ ହାସଲ ନିମନ୍ତେ ଏହି ସମୁଦାୟ ପରିବ୍ୟବସ୍ଥା ମଧ୍ୟରେ ଏକ ଅନୁସନ୍ଧାନ କରି, ସେମାନଙ୍କୁ ଏକତ୍ରିତ କରି ଏକ ସମର୍ଥ ସହଭାଗୀ ଗୋଷ୍ଠୀ ସୃଷ୍ଟି କରିବାକୁ ନିଜର ବୈଷୟିକ ଜ୍ଞାନକୌଶଳ ଏବଂ ପରିଚାଳନାଗତ ଦକ୍ଷତାକୁ ନେଇ ଏଏଲ୍୫୦ ପ୍ରୟାସ କରିବ। ଏଠାରେ ଏକ ଭର୍ଚୁଆଲ ସମ୍ମିଳନୀରେ ଏଏଲ୍୫୦ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ପ୍ରୋଜେକ୍ଟ କନସର୍ନ ଇଣ୍ଟରନ୍ୟାସନାଲର କଂଟ୍ରି ଡାଇରେକ୍ଟର ବସନ୍ତ କୁମାର, ଆଇନାର ସେକ୍ରେଟାରୀ ସ୍ନେହ ମିଶ୍ର, ଡିଷ୍ଟ୍ରିକ୍ଟ ଟ୍ରାନ୍ସଫର୍ମେସନ ପ୍ରୋଗ୍ରାମ (ଡିଟିପି)ର ଡାଇରେକ୍ଟର-ପ୍ରୋଗ୍ରାମ ଡିଜାଇନ ନିଳିମା ପାଣ୍ଡେ, ଏଫଏଓ ର ଲଳିତା ଭଟ୍ଟାଚାର୍ଯି, ଗୁରୁ ନାନକ କଲେଜର ପ୍ରିନସିପାଲ ଡଃ. ଏମ ଜି ରଘୁନାଥନ, ଭାରତ ସରକାରଙ୍କ ଇଣ୍ଡିଆନ ସାଇନ୍ସ କଂଗ୍ରେସ ଆସୋସିଏସନ (ଆଇଏସସିଏ) କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟଗଣ, ଏଏଲ୍୫୦ର ସହ ପ୍ରତିଷ୍ଠାତା ଆକ୍ୱିବ ହୁସେନ, ଏହାର ସିଇଓ ଏବଂ ଡାଇରେକ୍ଟର ରୁବି ରାୟ, ସହ ପ୍ରତିଷ୍ଠାତା ଓ ଡାଇରେକ୍ଟର ସୃଷ୍ଟିଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories