www.samajalive.in
Monday, December 8, 2025
13.1 C
Bhubaneswar

ଦିଲ୍ଲୀରେ ଠାବ ହେଲା ସୁଡଙ୍ଗ: ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ଯାଏ ଲମ୍ବିଛି

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀ ମଧ୍ୟରେ ଏକ ସୁଡଙ୍ଗ ଠାବ କରାଯାଇଛି। ଦିଲ୍ଲୀ ବିଧାନସଭା ନିକଟରେ ଗୁରୁବାର ଦିନ ଏହାକୁ ଆବିଷ୍କାର କରାଯାଇଛି। ଏହା ସେଠାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି। ଗୁରୁବାର ଦିନ ଏହି ସୁଡଙ୍ଗର କିଛି ଅଂଶକୁ ଖନନ କରାଯାଇଥିବାବେଳେ ଆଗକୁ ଆଉ ଖନନ ସମ୍ଭବ ହୋଇପାରିନାହିଁ। କାରଣ ଉକ୍ତ ସୁଡଙ୍ଗ ଥିବା ପଥରେ ଅନେକ ବଡ କୋଠା, ଫ୍ଲାଇ ଓଭରର ଖମ୍ବ ଏବଂ ଅନ୍ୟାନ୍ୟ ନିର୍ମାଣ କରାଯାଇସାରିଛି। ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋଏଲ କହିଛନ୍ତି, ବ୍ରିଟିଶ ଶାସକମାନେ ଏହି ସୁଡଙ୍ଗ ବାଟଦେଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅନ୍ୟତ୍ର ନେଇଯାଉଥିଲେ। ଫଳରେ ଅନେକ ସମୟରେ ଉତ୍ତେଜନା ସୃଷ୍ଟିକୁ ଏଡାଇ ଦିଆଯାଉଥିଲା।

ଶ୍ରୀ ଗୋଏଲ ଏକଥା ମଧ୍ୟ କହିଛନ୍ତି ଯେ, ୧୯୯୩ରେ ସେ ବିଧାୟକ ହେବାପରେ ବିଧାନସଭା ନିକଟରେ ଏକ ସୁଡଙ୍ଗ ରହିଥିବା ଲୋକେ କୁହାକୁହି ହେଉଥିଲେ ଏବଂ ସେମାନଙ୍କ କହିବା ଅନୁଯାୟୀ ତାହା ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିଲା। ସେ ଇତିହାସରେ ଏହି ବିଷୟ ଖୋଜିଥବଲେ ମଧ୍ୟ କିଛି ସ୍ପଷ୍ଟ ଭାବେ ଜଣାପଡିନଥିଲା। ସଂପ୍ରତି ସୁଡଙ୍ଗର ପ୍ରବେଶ ଦ୍ୱାର ଆବିଷ୍କୃତ ହୋଇଛି, କିନ୍ତୁ ତାହାର ସମୁଦାୟ ପଥରେ ମେଟ୍ରୋ ରେଳ ପ୍ରକଳ୍ପ, ବର୍ଜ୍ୟ ଜଳ ନିଷ୍କାସନ, ବଡ ବଡ କୋଠା ନିର୍ମାଣ କାରଣରୁ ସୁଡଙ୍ଗଟି ଆଗକୁ ନଷ୍ଟ ହୋଇଯାଇଛି। ଗୋଏଲ କହିଛନ୍ତି, ଭାରତର ରାଜଧାନୀ କୋଲକାତାରୁ ଦିଲ୍ଲୀକୁ ୧୯୧୨ରେ ସ୍ଥାନାନ୍ତରିତ ହେବାପରେ ଦିଲ୍ଲୀ ବିଧାନସଭାକୁ ଦେଶର ସଂସଦ ଭାବରେ ବ୍ୟବହାର କରାଯାଇଥିଲା। ପରେ ୧୯୨୬ରେ ତାହାକୁ ଏକ ଅଦାଲତରେ ପରିଣତ କରାଯାଇଥିଲା। ବ୍ରିଟିଶ ଶାସକମାନେ ଉକ୍ତ ସୁଡଙ୍ଗ ବାଟଦେଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଦାଲତକୁ ନେଉଥିଲେ। ସେଠାରେ ଫାଶୀ ଦିଆଯିବା ପ୍ରକୋଷ୍ଠ ମଧ୍ୟ ରହିଥିଲା, କିନ୍ତୁ ତାହାକୁ କେବେ ଖୋଲାଯାଇନାହିଁ। ଦେଶ ସଂପ୍ରତି ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବାବେଳେ ଉକ୍ତ ପ୍ରକୋଷ୍ଠ ନିରୀକ୍ଷଣ କରିବାକୁ ସେ ସ୍ଥିର କରିଥିଲେ। ତାହାକୁ ସ୍ୱାଧୀନତା ସଂଗ୍ରାମର ଏକ ସ୍ମାରକୀରେ ପରିଣତ କରିବାକୁ ସରକାର ଚାହୁଁଛନ୍ତି। ଏହାର ପୁନରୁଦ୍ଧାର କରାଯିବା ପରେ ଆସନ୍ତା ସ୍ୱାଧୀନତା ଦିବସ ବେଳକୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ଶ୍ରୀ ଗୋଏଲ ଆଶା ପ୍ରକାଶ କରିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories