ହରିୟାଣା ଦଶମ ଶ୍ରେଣୀ ପରୀକ୍ଷାରେ ଅଧା ଛାତ୍ରଛାତ୍ରୀ ଫେଲ୍‍

0

ହରିୟାଣା: ହରିୟାଣା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିବାବେଳେ ଏଥିରେ ୪୮.୮୫% ଅର୍ଥାତ ଅଧା ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଥିବା ଜାଣିବାକୁ ମିଳିଛି । ମାତ୍ର ୫୧.୧୫% ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହାପୂର୍ବରୁ ହରିୟାଣାରେ ୨୦୧୭ମସିହାରେ ମାତ୍ର ୫୦.୪୯%, ୨୦୧୬ରେ ୪୮.୮୮% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ହରିୟାଣା ଶିକ୍ଷାମନ୍ତ୍ରୀ ଏଥିପାଇଁ ଶିକ୍ଷା ବୋର୍ଡ଼କୁ ଦାୟୀ କରିଛନ୍ତି। ବୋର୍ଡ଼ ଗ୍ରେସ୍‍ ମାର୍କ ଦେବା ବନ୍ଦ କରିଦେବାରୁ ଏତେ ମାତ୍ରାରେ ଛାତ୍ରଛାତ୍ରୀ ଫେଲ୍‍ ହେଉଛନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷରେ ରାଜ୍ୟରେ ୨୯ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଥିବାରୁ ଶିକ୍ଷାଦାନ ପ୍ରଭାବିତ ହୋଇଛି ଓ ଏହା ନକରାତ୍ମକ ଫଳର କାରଣ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।

Leave A Reply