www.samajalive.in
Saturday, December 6, 2025
14.1 C
Bhubaneswar

ଲୋକପାଳ ବିଡ଼ମ୍ବନା

ଲୋକପାଳ ଓ ଲୋକାୟୁକ୍ତ ବ୍ୟବସ୍ଥାର ପ୍ରଚଳନ ଓ ଏହାର ମୁଖ୍ୟଙ୍କୁ ନିଯୁକ୍ତି କରିବା ଦାବି ବହୁପୁରୁଣା। ଏଥିପାଇଁ ଅନେକ ସଂଗ୍ରାମ ବିଭିନ୍ନ ଗୋଷ୍ଠୀ ଓ ଅନୁଷ୍ଠାନ ପକ୍ଷରୁ କରାଯାଇଛି। ବିଡ଼ମ୍ବନା ହେଲା କେନ୍ଦ୍ରସରକାର କ୍ଷମତାକୁ ଆସିବାର ସାଢ଼େ ଚାରିବର୍ଷ ପରେ ଲୋକପାଳ ଖୋଜିବାକୁ ଜଷ୍ଟିସ ରଂଜନ ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ କମିଟି ଏବେ ଗଠନ କରିଛନ୍ତି। ଉଦ୍ୟମଟି ବେଶ୍‌ ବିଳମ୍ବିତ, ଅତଏବ ଏଥିରୁ ସରକାରଙ୍କର ଏ ନେଇ ଆଗ୍ରହ ଓ ନିଷ୍ଠାର ଅଭାବ ଜଳଜଳ ଦିଶୁଛି। ୨୦୧୪ରେ ଲୋକପାଳ ଓ ଲୋକାୟୁକ୍ତ ଆଇନ ଗୃହୀତ ହେବା ପରେ ଲୋକପାଳ ଖୋଜିବାକୁ କମିଟିଟିଏ ଗଢ଼ିବାକୁ ସରକାରଙ୍କୁ ଚାରିବର୍ଷରୁ ଅଧିକ ସମୟ ଲାଗିଗଲା। ଏହି ଆଠଜଣିଆ କମିଟି ବିଭିନ୍ନ ବ୍ୟକ୍ତିବିଶେଷଙ୍କ ନାମ ବିଚାରକୁ ନେଇ ଲୋକପାଳ କିଏ ହେବ ତାହା ସୁପାରିସ କରିବାବେଳକୁ ସରକାରଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବ କିମ୍ବା ନୂଆ ସରକାର ଆସିଯାଇଥିବେ। ନୂଆ ସରକାର ଚାହିଁଲେ ଏହି କମିଟିକୁ ଭାଙ୍ଗି ବା ତାଙ୍କ ସୁପାରିସକୁ ଅଗ୍ରାହ୍ୟ କରି ନୂଆ କମିଟି ଗଠନ କରିପାରନ୍ତି।
ଆମ ବ୍ୟବସ୍ଥାରେ କିଛି ନ’ କରିବାକୁ ​‌େହଲେ ବା ପ୍ରସଙ୍ଗକୁ ଗଡ଼ାଇଗଡ଼ାଇ ଇତିହାସର ଅତଳ ଗହ୍ବରକୁ ଫିଙ୍ଗି ଦେବାକୁ ହେଲେ କମିଟି ବା କମିସନ ଗଠନ ଏକ ବିଶ୍ବସ୍ତ ତଥା ପରୀକ୍ଷିତ ବାଟ। ସରକାର ଠିକ୍‌ ସେହି ପନ୍ଥା ଏ କ୍ଷେତ୍ରରେ ଅବଲମ୍ବନ କରିଛନ୍ତି। ତେଣୁ କ୍ଷମତାର ଉଚ୍ଚ ସୋପାନରେ ହେଉଥିବା ଦୁର୍ନୀତି ବିରୋଧରେ ଅଭିଯୋଗ ଓ ଶୁଣାଣି ପାଇଁ ଲୋକପାଳ ଗଠନକୁ ସରକାର ଯେ ଆନ୍ତରିକତାର ସହ ଚାହୁଁନାହାନ୍ତି ତାହା ଏଥିରୁ ବୁଝାପଡ଼ୁଛି।
ଓଡ଼ିଶା କଥା ଦେଖାଯାଉ। କେନ୍ଦ୍ରରେ ଲୋକପାଳଲୋକାୟୁକ୍ତ​‌ ବିଲ୍‌ ଗୃହୀତ ହେବା ପରେପରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏହି ବିଲ୍‌କୁ ଅନୁମୋଦନ କରିବାସହ ଲୋକାୟୁକ୍ତ ଆଇନ ପ୍ରଣୟନ କରି ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲା। ହେଲେ ଏଯାଏ ଲୋକାୟୁକ୍ତଙ୍କୁ ବାଛିବା ପାଇଁ ସର୍ଚ୍ଚ କମିଟିଟିଏ ମଧ୍ୟ ଗଠନ କରାଯାଇ ପାରିନାହିଁ। ଏଥିରୁ ଏନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ମଧ୍ୟ ବୁଝା ପଡ଼ୁଛି।
ଦୁର୍ନୀତି ଓ ସରକାର ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ଭଳି। ଏଥିରେ ଏକ ନିରପେକ୍ଷ ସଂସ୍ଥା ରହି ଉଚ୍ଚ ସରକାରୀ ସ୍ତରରେ ଚାଲିଥିବା ଦୁର୍ନୀତିର ତଦନ୍ତ କରନ୍ତୁ ଏବଂ ତାଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେଉ, ଦଳମତ ନିର୍ବିଶେଷରେ କୌଣସି ନେତା ବା ସରକାର ଆନ୍ତରିକତାର ସହ ଚାହିଁବେ ନାହିଁ। ତେଣୁ ଚାପ ହେଉ ଅଥବା ବାଧ୍ୟବାଧକତା, ସରକାର ଏନେଇ ଯେଉଁ ଆଇନ ପ୍ରଣୟନ କରିଛନ୍ତି ତାହାକୁ ଝୁଲାଇ, ଗଡ଼େଇ ଚାଲିବାକୁ ଶ୍ରେୟସ୍କର ମଣୁଥିବା ମନେହେଉଛି। ଏବେ ଏ ନେଇ ଯେଉଁ ତତ୍ପରତା ପ୍ରକାଶ ପାଉଛି ତାହା କେବଳ ନିର୍ବାଚନ ବର୍ଷର ବାଧ୍ୟବାଧକତା। ଏଥିରେ ଅାନ୍ତରିକତା କମ୍‌, ଏହା ଦେଖାଇବାକୁ ଅଧିକ ଓ ଲୋକଙ୍କୁ ବୋକା ବନାଇବାକୁ ଉଦ୍ଦିଷ୍ଟ ଭଳି ମନେହୁଏ। ସରକାର ଏ ନେଇ ଏକ ନିର୍ଦିଷ୍ଟ ସମୟ ସୀମା ଘୋଷଣା କଲେ ଲୋକଙ୍କର ବିଶ୍ବାସ ଆସିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories