www.samajalive.in
Tuesday, December 9, 2025
23.1 C
Bhubaneswar

ବିଫଳ ‘ବାଉନ୍ସର’

ନିଉୟର୍କରେ ଭାରତ ଓ ପାକିସ୍ତାନର ବିଦେଶ ମନ୍ତ୍ରୀଙ୍କ ଭିତରେ ହେବାକୁ ଥିବା ବାର୍ତ୍ତାଳାପ ରଦ୍ଦ ହେବା ସ୍ବାଭାବିକ ଥିଲା। ଏହି ଆଲୋଚନାର ପ୍ରସ୍ତାବ ଦେଇ ପାକିସ୍ତାନର ‘କ୍ରିକେଟର’ ପ୍ରଧାନମନ୍ତ୍ରୀ ଇମରାନ ଖାଁ ପ୍ରକୃତରେ ଏକ ବାଉନ୍ସର ଫିଙ୍ଗିଥିଲେ। ଯଦି ଛକା ଲଗାଇବା ଆଶାରେ ‘କ୍ରିଜ୍’ ଛାଡ଼ି ଆଗକୁ ବଢ଼ିଥା’ନ୍ତା, ତେବେ ହୁଏତ ତାହା ଠିକ୍ ହୋଇନଥା’ନ୍ତା ବୋଲି ଭାରତ ବୋଧହୁଏ ଜାଣିପାରିଲା। ତେଣୁ ଏଥିରୁ ଓହରିଯିବା ହିଁ ଠିକ୍ ହୋଇଛି। ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କାଶ୍ମୀରରେ ବିଚ୍ଛିନ୍ନତାବାଦକୁ ଉଗ୍ର ହେବାକୁ ପ୍ରୋତ୍ସାହିତ କରୁଥିବା, ସୀମାପାର ଅନୁପ୍ରବେଶ ଓ ଆକ୍ରମଣ ଜାରି ରଖିଥିବା ସମୟରେ ପାକିସ୍ତାନ ସହିତ କଥାବାର୍ତ୍ତା ଅସମ୍ଭବ। ନିଜ ରାଜନୈତିକ ବାଉନ୍ସର ବେକାର ହୋଇଯାଇଥିବା ଦେଖି ଇମରାନ ଯେଉଁ ଟୁଇଟ୍ କରିଛନ୍ତି, ତାହା ଉଭୟ ଦେଶର ତିକ୍ତ ସମ୍ପର୍କକୁ ତିକ୍ତତର କରିବାରେ ହିଁ ସାହାଯ୍ୟ କରିବ। ସେ ଭାରତକୁ ଅହଙ୍କାର ଛାଡ଼ିବା ପାଇଁ ପରାମର୍ଶ ବି ଦେଇଛନ୍ତି। ତେବେ ଇମରାନ ଭୁଲିଯିବା ଅନୁଚିତ ଯେ ପାକିସ୍ତାନ ଦ୍ବାରା ପ୍ରରୋଚିତ ଆତଙ୍କବାଦୀମାନେ ଭାରତର ସୈନ୍ୟ ଶିବିରକୁ ନିଶାଣ କରିବା ଆରମ୍ଭ କରିବାପରେ ୨୦୧୬ ମସିହା ଆରମ୍ଭରୁ ହିଁ ଉଭୟ ଦେଶ ଭିତରେ କଥାବାର୍ତ୍ତା ବନ୍ଦ ହେଲା। ଭାରତ ସେତେବେଳେ ଏକଥା ସ୍ପଷ୍ଟ କରିଦେଇଥିଲା। ଏବେ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବେଶ୍ ବଢ଼ିଛି। କଟା ଘା’ରେ ଚୂନ ଦେବାଭଳି ପାକିସ୍ତାନ କାଶ୍ମିରୀ ଆତଙ୍କବାଦୀଙ୍କ ସ୍ମୃତିରେ ଡାକଟିକଟ ଜାରି କରିଛି। ତେଣୁ ଇମରାନ ଭାରତକୁ ପରାମର୍ଶ ଦେବା ବଦଳରେ ଉଭୟ ଦେଶ ଭିତରେ ଆଲୋଚନା ହେବାଭଳି ପରିବେଶ ଓ ପରିସ୍ଥିତି ପ୍ରଥମେ ତିଆରି କରିବା ଆବଶ୍ୟକ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories