www.samajalive.in
Saturday, December 6, 2025
16.1 C
Bhubaneswar

ଆୟୁଷ୍ମାନ ଭବ

ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ବହୁଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ ହୋଇଛି। ଦେଶର ୪୪୫ ଜିଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହା ମୁଖ୍ୟତଃ ଗରିବ ଲୋକମାନଙ୍କୁ ୧୩୦୦ ପ୍ରକାର ବ୍ୟାଧିର ଚିକିତ୍ସା ଏବଂ ଅ​‌େ​‌ସ୍ତ୍ରାପଚାର ପାଇଁ ଆର୍ଥିକ ସହାୟତା ଯୋଗାଇବ। ଦେଶର ୧୦କୋଟି ଗରିବ ପରିବାରର ୫୦କୋଟି ସଦସ୍ୟ ଏହି ଯୋଜନାରେ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ସରକାରୀ ତହବିଲରୁ ପାଇବେ। ପଞ୍ଜିକୃତ ପରିବାରର ସଦସ୍ୟଙ୍କୁ ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯିବ ଏବଂ ଦେଶର ୧୪ହଜାର ଉନ୍ନତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ସେମାନେ ମାଗଣାରେ ଚିକିତ୍ସିତ ହେବେ। ଚିକିତ୍ସା ଖର୍ଚ୍ଚ ସହିତ ଯିବାଆସିବା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ। ଏଥିପାଇଁ ଯେଉଁ ବିପୁଳ ପାଣ୍ଠି ଦରକାର ତାହା ସରକାର ଯୋଗାଇଦେବେ।
ଭାରତରେ ସ୍ବାସ୍ଥ୍ୟସେବା ମହଙ୍ଗା ଏବଂ ଅପର୍ଯ୍ୟାପ୍ତ। ଗରିବ, ଅର୍ଥହୀନଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଏଭଳି ଅବସ୍ଥାରେ ସରକାର ଏହି ଯୋଜନା ପ୍ରବର୍ତ୍ତନ କରିଥିବାରୁ ଏହା ଉଭୟ ଜନତା ଓ ରାଜନୀତି ପାଇଁ ମଙ୍ଗଳକର। ତେବେ ଓଡ଼ିଶା, ତେଲଙ୍ଗାନା ଓ ଦିଲ୍ଲୀ ଭଳି ଛ’ଟି ରାଜ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି। ଓଡ଼ିଶାର ଯୁକ୍ତି ହେଲା ରାଜ୍ୟ ଯେଉଁ ସ୍ବାସ୍ଥ୍ୟବୀମା ଯୋଜନା କରିଛି ତାହା କେନ୍ଦ୍ରୀୟ ଯୋଜନାଠାରୁ ଭଲ । ତେଣୁ ଗୋଟିଏ ରାଜ୍ୟ ଯେତେବେଳେ ଏହି କେନ୍ଦ୍ରୀୟ ଯୋଜନାରେ ଯୋଗ ଦେବାକୁ ଚାହୁଁନାହିଁ; ସେତେବେଳେ ଉଭୟ ଜନସ୍ବାର୍ଥ ଓ ରାଜନୀତି ଦୃଷ୍ଟିରୁ ତା’କୁ ବାଧ୍ୟ କରାଯିବା ଅନୁଚିତ।
ପ୍ରଧାନମନ୍ତ୍ରୀ ଜନ-ଆରୋଗ୍ୟ ଯୋଜନା କେବଳ ଏକ ଉପରଠାଉରିଆ ସରକାରୀ କାର୍ଯ୍ୟକ୍ରମ ଭଳି ମନେ ହେଉନାହିଁ। ଏହାକୁ ସଫଳ କରିବାପାଇଁ ବିଭିନ୍ନ ପଦକ୍ଷେପ ଓ ବ୍ୟବସ୍ଥା କରାଯାଇଛି। ଦୁର୍ନୀତି ଓ ବିଭ୍ରାଟ ରୋକିବାକୁ ନୂଆ ଟେକ୍‌ନୋଲୋଜିର ଉପଯୋଗ ହୋଇଛି। ଭଲ ଉଦ୍ୟମ; ତେବେ ନିର୍ବାଚନ ପୂର୍ବରୁ ଗରିବଙ୍କୁ ପ୍ରଲୁବ୍ଧ କରିବାକୁ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରୁଥିବାରୁ ସମାଲୋଚନା ଅବଶ୍ୟ ହେବ। ଏସବୁ ସତ୍ତ୍ବେ ବିଶ୍ବର ଓ ଦେଶର ସର୍ବବୃହତ ଏଭଳି ଏକ ଜନସ୍ବାସ୍ଥ୍ୟ ସେବାକାର୍ଯ୍ୟକ୍ରମ ସଫଳ ହେଲେ ଏହା ଅନ୍ୟମାନଙ୍କ ପାଇଁ ଏକ ମଡ଼େଲ (ଆଦର୍ଶ) ହେବ। ଏଥିରେ ସମସ୍ତଙ୍କର ସହଯୋଗ ଲୋଡ଼ା। ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଆୟୁଷ୍ମାନ ହେଉ, ଏହି ଅବସରରେ କାମନା କରିବା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories