www.samajalive.in
Friday, December 5, 2025
27.1 C
Bhubaneswar

ଜାଣନ୍ତୁ, କାହିଁକି ସୁନାର ପାଉଁଜି ପିନ୍ଧାଯାଏ ନାହିଁ ?

ମହିଳାମାନେ ପ୍ରାୟତଃ ଖୁବ୍‍ ଅଳଙ୍କାର ବା ଗହଣାପ୍ରେମୀ ହୋଇଥାଆନ୍ତି। ସେହିପରି ଅଧିକାଂଶ ମହିଳାଙ୍କର ଏକ ପ୍ରିୟ ଗହଣା ହେଉଛି ପାଉଁଜି। ଭାରତୀୟ ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ପାଦରେ ନିଶ୍ଚିତ ଭାବେ ପାଉଁଜି ପିନ୍ଧିବା ଆବଶ୍ୟକ ହୋଇଥାଏ। ପାଦର ମୁଦି ହେଉ ବା ପାଉଁଜି ଏସବୁ ରୂପାରେ ହିଁ ତିଆରି ହୋଇଥାଏ। ହେଲେ ଆପଣଙ୍କ ମନରେ ବହୁବାର ଏ ପ୍ରଶ୍ନ ଉଠିଥିବ ଯେ ପାଦରେ ସୁନାର ପାଉଁଜି କାହିଁକି ପିନ୍ଧାଯାଏ ନାହିଁ? ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର ବିଷୟରେ –

ବୈଜ୍ଞାନିକଙ୍କ ମତ ଅନୁସାରେ, ମସ୍ତିଷ୍କ ପ୍ରାୟତଃ ସବୁ ବେଳେ ଗରମ ହୋଇଥାଏ ଓ ପାଦ ଥଣ୍ଡା ହୋଇଥାଏ। ଶରୀରର ତାପମାତ୍ରାକୁ ସମତୁଲ କରିବା ପାଇଁ ପାଦରେ ରୂପା ପରିଧାନ କରିବା ଉଚିତ୍। ସୁନା ଗରମ ଓ ରୂପା ଥଣ୍ଡା ହୋଇଥାଏ। ତେଣୁ କୁହାଯାଏ ପାଦ ତଳେ ରୂପା ପିନ୍ଧିଲେ ଶୀତଳତା ସନ୍ତୁଳନ ବଜାୟ ରହିଥାଏ। ରୂପାର ମୁଦି ଆଦି ପାଦରେ ପିନ୍ଧିବା ଦ୍ୱାରା ମାସିକ ଚକ୍ର ନିୟମିତ ରହିଥାଏ।

- Advertisement -

ଧାର୍ମିକ ରୂପରେ ଦେଖିବାକୁ ଗଲେ, ସୁନା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ। ଭଗବାନ ବିଷ୍ଣୁଙ୍କ ସବୁଠାରୁ ପ୍ରିୟ ବସ୍ତୁ ସୁନା। ସୁନା ଶରୀରର ତଳ ଭାଗ ଅର୍ଥାତ୍‍ ପାଦରେ ପରିଧାନ କରାଯାଇ ନ’ଥାଏ। କୁହାଯାଏ ଯେ ଲକ୍ଷ୍ମୀଙ୍କ ସ୍ୱରୂପ ସୁନାକୁ ପାଦରେ ପରିଧାନ କରିବା ଦ୍ୱାରା ତାହାର ଅପମାନ ହୋଇଥାଏ ଓ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଏହି କାରଣରୁ ସୁନାର ଗହାଣାକୁ ପାଦରେ ପିନ୍ଧାଯାଏ ନାହିଁ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories