www.samajalive.in
Friday, December 5, 2025
20.1 C
Bhubaneswar

ଓଡ଼ିଶାର ବ୍ୟାଧିବୋଝ

ରକ୍ତଚାପ, ମଧୁମେହ, କର୍କଟ, ହୃଦ୍‌ରୋଗ, ପୁଷ୍ଟିହୀନତା ଭଳି ଅଣ-ସଂକ୍ରାମକ ରୋଗ ଓଡ଼ିଶାରେ ବଢ଼ୁଛି। ଚିକିତ୍ସା ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ସବୁ ବ୍ୟାଧି ଓଡ଼ିଶାରେ ବିପଜ୍ଜନକ ଭାବେ ବୃଦ୍ଧି ପାଉଛି। ବିଶ୍ବ ବ୍ୟାଧିବୋଝ ତାଲିକାରେ ମଧ୍ୟ ଏହା ଦର୍ଶାଯାଇଛି, ମଧୁମେହ ବା ଡାଇବେଟିସ୍‌ ଯାହା ଏକଦା ଅଳସୁଆ ଓ ଶାରୀରିକ ପରିଶ୍ରମ କରୁନଥିବାର ଲୋକଙ୍କ ମଧ୍ୟରେ ଦେଖାଯାଉଥିଲା ଏବେ ସାଧାରଣ ଖଟିଖିଆଙ୍କଠାରେ ମଧ୍ୟ ଦେଖାଗଲାଣି। ତେବେ ଏସବୁ ବ୍ୟାଧି ମଧ୍ୟରେ ଓଡ଼ିଶାରେ ସବୁଠୁ ଭୟାନକ ଆକାର ଧାରଣ କଲାଣି କର୍କଟ ବା କ୍ୟାନସର। ବିଭିନ୍ନ ସରକାରୀ ପରିସଂଖ୍ୟାନ ଅନୁସାରେ ଓଡ଼ିଶାରେ ଏବେ ଏକଲକ୍ଷ ଜନସଂଖ୍ୟାରେ ୭୨ଜଣ କର୍କଟରେ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି। ଜାତୀୟ ସ୍ତରରେ ଏହିହାର ୬୨ ରହିଛି। ସେହି ଭଳି କର୍କଟ ପୀଡ଼ିତଙ୍କ ହାର ଜାତୀୟ ସ୍ତରରେ ଏକଲକ୍ଷ ଜନସଂଖ୍ୟା ପିଛା ୮୧.୨ ଥିବାବେଳେ ଓଡ଼ିଶାରେ ଏହି ହାର ୮୩.୬। ସ୍ତନ, ପାକସ୍ଥଳୀ, ମଳାଶୟ, ଫୁସ୍‌ଫୁସ୍‌, ଜରାୟୁ ଓ ମୁଖଗହ୍ବର କ୍ୟାନସରର ପ୍ରାବଲ୍ୟ ଓଡ଼ିଶାରେ ଅଧିକ। ବିଶେଷକରି ମହିଳାମାନଙ୍କ ମଧ୍ୟରେ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର ବିଷୟ ହୋଇଛି।
କର୍କଟ ଚିକିତ୍ସା କେବଳ ବ୍ୟୟବହୁଳ ନୁ​‌େ​‌ହଁ, ରୋଗୀ ସହିତ ସମଗ୍ର ପରିବାର ପାଇଁ ଏକ ଜୀବନମରଣ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ସ୍ବାସ୍ଥ୍ୟ ସଚେତନତା ଓ ଚିକିତ୍ସା ଏଥିପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ। ସାଧାରଣରେ ‘ମୃତ୍ୟୁରୋଗ’ଭାବେ ପରିିଚିତ କ୍ୟାନସରର ଔଷଧ ଓ ଚିକିତ୍ସା ଖର୍ଚ୍ଚ ମଧ୍ୟ ସାଧାରଣ ଲୋକଙ୍କ କ୍ରୟଶକ୍ତିର ବାହାରେ। ତେଣୁ ସରକାରୀ ସହାୟତା ଉପରେ ନଥିବାବାଲା ଲୋକେ ବିଶେଷ ନିର୍ଭର କରନ୍ତି। ଓଡ଼ିଶାରେ ସରକାରୀ କ୍ୟାନସର ହସ୍‌ପିଟାଲ ଓ ଚିକିତ୍ସା ବ୍ୟବସ୍ଥା ସୀମିତ। ତେଣୁ ଏକମାତ୍ର କ୍ୟାନସର ହସ୍‌ପିଟାଲ କଟକର ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଉପରେ ଚାପ ଅତିଶୟ। ବେସରକାରୀ ଚିକିତ୍ସା ଅତି ବ୍ୟୟବହୁଳ ହୋଇଥିବାରୁ ଅନେକ ତାହାର ସୁବିଧା ନେଇ ପାରୁନାହାନ୍ତି।
ଓଡ଼ିଶା ସରକାର ରାଜ୍ୟର ସବୁ ସରକାରୀ ମେଡ଼ିକାଲ କଲେଜ ସମେତ ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଏବଂ ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ କ୍ୟାନସର ଓ ଡାଇବେଟିସ ଭଳି ଅଣ-ସଂକ୍ରାମକ ବ୍ୟାଧିର ଚିକିତ୍ସା ବ୍ୟବସ୍ଥା କରିବାକୁ ନୂଆ ସ୍ବାସ୍ଥ୍ୟ ନୀତିରେ ନିଷ୍ପତ୍ତି ନେଇଛନ୍ତି। ଏହା ଭଲ କଥା; କିନ୍ତୁ ଦେଖାଯାଉଛି ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଚିକିତ୍ସକଙ୍କର ଯେଉଁ ଅଭାବ ରହିଛି ତାହା ପୂରଣ ହୋଇପାରୁନାହିଁ। ଏହାଫଳରେ ସଂପୃକ୍ତ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଣ ବ୍ୟାହତ ହେଉଛି। ସରକାର ଏ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ଜରୁରୀ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories