www.samajalive.in
Saturday, December 6, 2025
14.1 C
Bhubaneswar

ବାରଣାସୀରେ ମୋଦୀ : ୫୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଉଦ୍‍ଘାଟନ ଓ ଶିଳାନ୍ୟାସ

ବାରଣାସୀ : ନିଜ ଜନ୍ମ ଦିନ ଅବସରରେ ଦୁଇଦିନିଆ ବାରଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫୦୦ କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟକାରୀ ହେଉଥିବା ଅନେକ ବିକାଶମୂଳକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପୁରୁଣା କାଶୀ ପାଇଁ ସମନ୍ୱିତ ଶକ୍ତି ବିକାଶ ଯୋଜନା ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅଟଳ ନବୋନ୍ମେଷ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ସେହିପରି ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ଚକ୍ଷୁ ଚିକିତ୍ସା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ନିଜ ସଂସଦୀୟ କ୍ଷେତ୍ରକୁ ଦୁଇଦିନିଆ ଗସ୍ତ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମନ୍ଦିର ନଗରୀ ବାରଣାସୀରେ ପହଞ୍ଚିଥିଲେ। ସେ ବାରଣାସୀ ଉପକଣ୍ଠ ନରୁର୍‍ ଗ୍ରାମକୁ ଯାଇ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସେହି ପିଲାମାନଙ୍କୁ ଦେଶର ଭବିଷ୍ୟତ ଭାବେ ବର୍ଣ୍ଣନା କରିବା ସହ କ୍ରୀଡ଼ା ଓ ଦକ୍ଷତା ବିକାଶ ଉପରେ ପ୍ରଧାନମନ୍ତ୍ରୀ  ଗୁରୁତ୍ୱ ଆରୋପ କରିଥିଲେ। ପରେ ପ୍ରଧାନମନ୍ତ୍ରୀ କାଶୀ ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ। ଅଙ୍ଗନବାଡ଼ି ଏବଂ ଆଶାକର୍ମୀମାନଙ୍କର ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା ହୋଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ସେଠାରେ ଭିଡ ଜମାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories