ରପ୍ତାନିରେ ଲଗାତାର ଉର୍ଦ୍ଧ୍ୱମୁଖୀ ପ୍ରଦର୍ଶନ ଏବଂ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଉଥିବା ବେଳେ ଦେଶରେ କୋଭିଡ ମହାମାରୀ ପ୍ରଭାବ ସତ୍ୱେ ଅର୍ଥନୈତିକ ଅଭିବୃଦ୍ଧି ଗତିଶୀଳ ହୋଇଥିବା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। ସେ କହିଛନ୍ତି ଯେ ଜୁଲାଇ ମାସର ତିନି ସପ୍ତାହ ମଧ୍ୟରେ ଭାରତର ରପ୍ତାନି ୨୨.୪୮ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ଗତ ବର୍ଷ ତୁଳନାରେ ୪୫.୧୩% ବୃଦ୍ଧି ପାଇଛି। ୨୦୧୯-୨୦ର ସମାନ ଅବଧି ତୁଳନାରେ ବାହ୍ୟ ଯୋଗାଣ ମଧ୍ୟ ୨୫.୪୨% ବୃଦ୍ଧି ପାଇଥିବା ସେ କହିଛନ୍ତି।
ଗୋୟାଲ କହିଛନ୍ତି ଯେ ଭାରତ ଇତିହାସରେ ସର୍ବାଧିକ ଅର୍ଥାତ ୨୦୧୯-୨୦ ପ୍ରଥମ ତ୍ରୈମାସିକ ରପ୍ତାନି ହାର ତୁଳନାରେ ୨୦୧୧-୨୨ର ପ୍ରଥମ ତ୍ରୈମାସିକରେ ୧୮ ପ୍ରତିଶତ ବୃଦ୍ଧି ପାଇଁ ୯୫ ବିଲିୟନ ଡଲାରରେ ପହଂଚିଛି। ଗୋୟଲ କହିଛନ୍ତି ଯେ, ଭାରତୀୟ ଅଭିବୃଦ୍ଧିର କାହାଣୀ ବର୍ତ୍ତମାନ ‘ସହଜ ବ୍ୟବସାୟ’ ଠାରୁ ଆରମ୍ଭ କରି ରପ୍ତାନି ପର୍ଯ୍ୟନ୍ତ ଏବଂ ଷ୍ଟାର୍ଟଅପ୍ ଠାରୁ ସେବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପ୍ରତିଫଳିତ ହେଉଛି। ଭାରତୀୟ ଶିଳ୍ପ ମହାସଂଘର ହୋରାସିସ୍ ଇଣ୍ଡିଆ ମିଟିଂ ୨୦୨୧ର ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଗୋୟଲ କହିଛନ୍ତି ଯେ ଶିଳ୍ପ, ପୁଞ୍ଜି ବିନିଯୋଗ ଏବଂ ଉଦ୍ଭାବନ ପାଇଁ ଭାରତ ଆଜି ସମଗ୍ର ବିଶ୍ୱ ପାଇଁ ପସନ୍ଦଯୋଗ୍ୟ ସ୍ଥାନ ଅଟେ।


