ନିର୍ବାଚନ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ – ମୁଖ୍ୟ ନିର୍ବାଚନ କମିଶନର

ଡେସ୍କ: ଭାରତର ନିର୍ବାଚନ ଆୟୋଗଙ୍କ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସଂପର୍କରେ ଆୟୋଗଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ନିର୍ବାଚନ କମିଶନର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଜିଲ୍ଲାୱାରୀ ସମୀକ୍ଷା କରିଥିଲେ। ୨୦୨୪ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ମୁଖ୍ୟ ନିର୍ବାଚନ କମିଶନର ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

କୃଷକ ଆନ୍ଦୋଳନ – ହୃଦଘାତରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ

ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ କୁମାର ସ୍ଵୀକୃତିପ୍ରାପ୍ତ ଜାତୀୟ, ରାଜ୍ୟ ଓ ଆଞ୍ଚଳିକ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ରାଜ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯେପରି ଅବାଧ, ମୁକ୍ତ, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯାଇପାରିବ, ସେଠି ନିମନ୍ତେ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି କହିଥିଲେ।

ଦାମୀ କମ୍ପାନୀର ପିଜା , ବାନ୍ତି କରିପକାଇବେ କର୍ମଚାରୀଙ୍କ ଏହି ଭିଡିଓ ଦେଖିଲେ

ସମୀକ୍ଷା ବୈଠକରେ ଭାରତର ନିର୍ବାଚନ ଆୟୁକ୍ତ ଅରୁଣ ଗୋଏଲ, ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଧର୍ମେନ୍ଦ୍ର ଶର୍ମା ଓ ନିତେଶ ବ୍ୟାସ, ଉପ ନିର୍ବାଚନ ଆୟୁକ୍ତ ମନୋଜ କୁମାର ସାହୁ, ଭାରତର ନିର୍ବାଚନ ଆୟୋଗଙ୍କ ଗଣମାଧ୍ୟମ ମହାନିର୍ଦ୍ଦେଶକ ବି. ନାରାୟଣନ ଏବଂ ଆୟୋଗର ଅର୍ଥନୈତିକ ନିର୍ଦ୍ଦେଶକ ପଙ୍କଜ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ଉପସ୍ଥିତ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡା. ଏନ. ତିରୁମାଲା ନାୟକଙ୍କ ସମେତ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ରାଜସ୍ଵ ଆୟୁକ୍ତ, ଆରକ୍ଷୀ ମହାନିରୀକ୍ଷକ, ପୁଲିସ କମିଶନର ନିର୍ବାଚନ ଆୟୋଗଙ୍କ ନିକଟରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ।

Comments are closed.