www.samajalive.in
Saturday, December 6, 2025
23.1 C
Bhubaneswar

ନିର୍ବାଚନ କମିଶନ ଓ ବାଚସ୍ପତିଙ୍କ ନିଷ୍ପତ୍ତି ଅନ୍ୟାୟ, ଆମେ ସୁପ୍ରିମକୋର୍ଟ ଯିବୁ – ଶରଦ ପାୱାର

ଡେସ୍କ: ଏନସିପି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଏବଂ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଦେଇଥିବା ରାୟ ଅନ୍ୟାୟ ଏବଂ ତାଙ୍କ ଗୋଷ୍ଠୀ ଦଳର ନାମ ଓ ଚିହ୍ନ ଫେରାଇ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନେସନାଲ କଂଗ୍ରେସ ପାର୍ଟି (ଏନସିପି)ର ପ୍ରତିଷ୍ଠାତା ଶରଦ ପାୱାର ଶନିବାର କହିଛନ୍ତି।

ସୁନା, ରୁପା ନୁହେଁ ମହିଳା ପିନ୍ଧିଲେ କାଜୁବାଦାମ, ପେସ୍ତା, ଗୁଜୁରାତି ହାର , ଚୁଡି ଓ ଝୁମୁକା

- Advertisement -

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଏନସିପି ବୋଲି ବାଚସ୍ପତି ନର୍ଭେକର କହିବା ପରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ଗୁରୁବାର ଝଟକା ଲାଗିଛି। ଉଭୟ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ପରସ୍ପରର ବିଧାୟକଙ୍କ ବିରୋଧରେ ଦାଖଲ କରିଥିବା ଅଯୋଗ୍ୟତା ଆବେଦନକୁ ମଧ୍ୟ ସେ ଖାରଜ କରିଦେଇଛନ୍ତି।

ଏହି ଭୋଗ କଲେ ଶାନ୍ତ ହେବେ ଶନିଦେବ ; ମାତ୍ର କରନ୍ତୁ ନାହିଁ ତମ୍ବାପାତ୍ରର ବ୍ୟବହାର..

ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ପ୍ରକୃତ ଏନସିପି ଭାବରେ ଗ୍ରହଣ କରି ତାଙ୍କୁ ଦଳର ନାମ ଏବଂ ଚିହ୍ନ ‘ଘଡ଼ି’ ଆବଣ୍ଟନ କରିବାର କିଛି ଦିନ ପରେ ଏହି ନିଷ୍ପତ୍ତି ଆସିଛି।

ଫୋନରେ ଗେମ୍‌ ଖେଳି ଆତ୍ମହତ୍ୟା ଉଦ୍ୟମ: ବେକ କାଟି ଯୁବକ ଗୁରୁତର

ଆମେ ଏଭଳି ନିଷ୍ପତ୍ତି ଆଶା କରିଥିଲୁ। ବିଧାନସଭା ବାଚସ୍ପତି ନିଜ ପଦବୀର ମର୍ଯ୍ୟାଦା ବଜାୟ ରଖିବାରେ ବିଫଳ ହୋଇଥିଲେ। ନିର୍ବାଚନ ଆୟୋଗ ଓ ବାଚସ୍ପତି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଅନ୍ୟାୟ। ତେଣୁ ଏନସିପି ନାମ ଓ ଚିହ୍ନ ପ୍ରସଙ୍ଗରେ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଉଛୁ ବୋଲି ଶରଦ ପାୱାର ପୁଣେ ଜିଲ୍ଲାର ନିଜ ସହର ବାରାମତୀରେ ସାମ୍ବାଦିକମାନଙ୍କୁ କହିଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories