www.samajalive.in
Friday, December 5, 2025
27.1 C
Bhubaneswar

ଫୋନରେ ଗେମ୍‌ ଖେଳି ଆତ୍ମହତ୍ୟା ଉଦ୍ୟମ: ବେକ କାଟି ଯୁବକ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ମୋବାଇଲ ଫୋନ୍‌ରେ ଗେମ୍‌ ଖେଳିବା ହେଲା କାଳ । ଆଜିର ଯୁବପୀଢି ଫୋନରେ ଗେମ୍‌ ଖେଳିବା ନିଶାରେ ଏଭଳି ଭାବେ ବୁଡି ରହୁଛନ୍ତି ଯେ ନିଜର ହିତାହତ ଜ୍ଞାନ ଭୁଲି ଯାଉଛନ୍ତି । ଫୋନରେ ଗେମ୍‌ ଖେଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଗାଁରେ । ଗାଁର ଯୁବକ ସୌମ୍ୟରଞ୍ଜନ ନାଏକ ନିଜ ବେକ ନିଜେ କାଟି ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୌମ୍ୟରଞ୍ଜନ ନାଏକ ଦୀର୍ଘ ଦିନ ହେଲା ଅନଲାଇନରେ ଗେମ୍‌ ଖେଳୁଥିଲେ । ବାରମ୍ବାର ଗେମରେ ହାରିଯିବା ପରେ ନିଜର ମାନସିକ ସ୍ଥିତି ହରାଇ ନିଜ ବେକ ନିଜେ କାଟି ଦେଇଥିବା ସୂଚନା ମିଳିଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories