ଇଭିଏମ ହ୍ୟାକ ଦାବି ସମ୍ବଳିତ ଭିଡିଓ ମିଥ୍ୟା, ଏତଲା ଦେଲେ ନିର୍ବାଚନ ଆୟୋଗ

ସମାଜ ଡିଜିଟାଲ ଡେସ୍କ: ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ(ଇଭିଏମ) ସମ୍ପର୍କରେ ଅପପ୍ରଚାର କରି ଜନସାଧାରଙ୍କୁ ଭ୍ରମିତ କରୁଥିବା ସୟଦ ଶୁଜା ବିରୋଧରେ ମୁମ୍ବଇର ଏକ ଥାନାରେ ଏତଲା ରୁଜୁ ହୋଇଛି। ଇଭିଏମ ଟ୍ୟାମ୍ପରିଂ କରିବା ନେଇ ମିଥ୍ୟା ଦାବି କରିବା, ଭୁଲ ସୂଚନା ପ୍ରଘଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ ଅନୁସାରେ ଏହା ଗମ୍ଭୀର ଅପରାଧ ବୋଲି ନିର୍ବାଚନ ଆୟୋଗ (ଇସି) କହିଛନ୍ତି। ଏହା ପୂର୍ବରୁ ବି ନିର୍ବାଚନ ଆୟୋଗ ସୟଦ ଶୁଜା ବିରୋଧରେ ଏତଲା ଦାୟର କରିଥିଲା। ସୟଦ ଅନ୍ୟ ଦେଶରେ ଲୁଚି ରହିଛି। ଏହି ମାମଲାକୁ ଆଗକୁ ନେବା ଲାଗି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ଦିଲ୍ଲୀ ଏବଂ ମୁମ୍ବଇ ପୁଲିସ ଏହି ମାମଲାର ସକ୍ରିୟତା ଯାଞ୍ଚ କରୁଛି। ସୟଦ ଶୁଜାକୁ ଚିହ୍ନଟ କରିବା ଏବଂ ତାକୁ ଗିରଫ କରିବା ଲାଗି ପୁଲିସ ପଦକ୍ଷେପ ନେଉଛି। ଯେଉଁମାନେ ଭାରତରେ ରହି  ଏପରି ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିଛନ୍ତି ଅଥବା ଏପରି ଦୁର୍ଭାବନାପୂର୍ଣ୍ଣ ଗତିବିଧିରେ ଲିପ୍ତ ରହୁଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ସୟଦ ଶୁଜା ନାମକ ବ୍ୟକ୍ତି ଇଭିଏମକୁ ହ୍ୟାକ କରିପାରିବା ନେଇ ଦାବି କରିଥିଲେ। ଏପରି କି ୫୩ କୋଟି ଦେଲେ ସେ ୬୩ ଆସନର ଇଭିଏମ ହ୍ୟାକ କରିଦେବ ବୋଲି ଦାବି କରିଥିଲା। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଇସି ପକ୍ଷରୁ ଏତଲା ଦାୟର ହୋଇଛି।

prayash

kalyan agarbati

Comments are closed.