www.samajalive.in
Sunday, December 7, 2025
14.1 C
Bhubaneswar

ପେରୁରେ ଭୂକମ୍ପ ଝଟକା ; ୧୨ ଆହତ

ପେରୁ : ପେରୁର ଉତ୍ତର ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ନେଇ ଖବର ମିଳିଛି। ଭୂକମ୍ପ ପ୍ରଭାବରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ଆଇଏନଡିଇସିଆଇ ପକ୍ଷରୁ ଏହି ଖବର ଜଣାପଡିଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୭.୫ ରେକର୍ଡ କରାଯାଇଛି। ଆଇଏନଡିଇସିଆଇ ପକ୍ଷରୁ ରବିବାର ମିଳିଥିବା ସୂଚନା ଅନୁଯାୟୀ,ଭୂକମ୍ପ କାରଣରୁ ୩୬୨ ଘର କ୍ଷତିଗ୍ରସ୍ତ ହେବା ସହ ୭୬ ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଗତକାଲି ସକାଳେ ଇଏମଏସସି ପକ୍ଷରୁ କୁହାଯାଇଛି, ଉତ୍ତର ପେରୁରେ ୭.୫ ତିବ୍ରତା ଭୂକମ୍ପ ଝଟକା ଅନୁଭବ ହୋଇଛି। ଏଥିରେ ପଡ଼ୋଶୀ ଇକ୍ୟୁଏଡରରେ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପରେ ପେରୁର ୭ ଟି ମେଡିକାଲ ଏବଂ ୧୩ ଟି ଚର୍ଚ୍ଚ କ୍ଷତିଗ୍ରସ୍ତ ହୋଇଛି ଏବଂ ରାସ୍ତା ଏବଂ ବିଦ୍ୟୁତ ତାର ପ୍ରଭାବିତ ହୋଇଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories