ମୟୁରଭଞ୍ଜ/ବାଲେଶ୍ୱର/ବାରିପଦା : ଶୁକ୍ରବାର ଓଡିଶାର ମୟୁରଭଞ୍ଜ ଓ ବାଲେଶ୍ୱରରେ ମୃଦ୍ୟୁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ରାତି ପ୍ରାୟ ୨ଟା ୧୩ରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତିବ୍ରତା ୩.୯ ରହିଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ବାରିପଦା ସହର ସମେତ ଆଖ ପାଖ ବେତନଟୀ,ବଡ଼ସାହି, ଖୁଣ୍ଟା, ଉଦଳା ଆଦି ଅଞ୍ଚଳରେ ୨ଟା ୧୩ ମିନିଟ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ଏପର୍ୟ୍ୟନ୍ତ କୌଣସିଠାରେ କ୍ଷୟ କ୍ଷତି ହୋଇଥିବାର ଜଣାପଡିନାହିଁ ।ଏହି ଭୂମିକମ୍ପ ସମୟରେ ପ୍ରାୟ ସମସ୍ତେ ଶୋଇ ଥିବାରୁ ଅଧିକାଂଶ ଲୋକେ ଜାଣିପାରି ନ ଥିଲେ ବୋଲି ସୂଚନା ମିଳିଛି।
ମୟୁରଭଞ୍ଜ ଓ ବାଲେଶ୍ୱରରେ ମୃଦ୍ୟୁ ଭୂକମ୍ପ ଅନୁଭୂତ
Popular Categories



