www.samajalive.in
Monday, December 15, 2025
27.1 C
Bhubaneswar

ଗାଡ଼ି ନମ୍ବରରୁ ମିଳିବ ସମସ୍ତ ଉଲ୍ଲଘଂନ ତଥ୍ୟ: କମିସନରେଟ୍‌ ପୁଲିସକୁ ମିଳିଲା ୧୦୦ ଇ-ଚାଲାଣ ମେସିନ

ଭୁବନେଶ୍ବର: କମିସନରେଟ୍‌ ପୁଲିସ ନୂଆ ମୋଟରଯାନ ଆଇନ-୨୦୧୯ ଲାଗୁ ହେବା ପରେ ଟ୍ରାଫିକ୍‌ ଉଲ୍ଲଘଂନ ନେଇ ଯେଉଁ ପଦ୍ଧତିରେ ଜୋରିମାନା ଆଦାୟ କରୁଥିଲା ତାକୁ ନେଇ ଅନେକ ସମୟରେ ସମାଲୋଚନା ଓ ପ୍ରତିବାଦର ସମ୍ମୁଖୀନ ହେଉଥିଲା। ଏବେ କମିସନରେଟ୍‌ ପୁଲିସକୁ ମିଳିଛି ୧୦୦ ନୂଆ ଇ-ଚାଲାଣ ମେସିନ୍‌। ଟ୍ରାଫିକ୍‌ ଉଲ୍ଲଘଂନକାରୀଙ୍କ ପ୍ରତି ପୁଲିସ ପରିବହନ ବିଭାଗ ଭଳି ସ୍ମାର୍ଟ ପଦକ୍ଷେପ ନେଇପାରିବ। ଉଲ୍ଲଘଂନକାରୀଙ୍କୁ ଧରିବା ପରେ ସେମାନଙ୍କ ବିରୋଧରେ ମୋଟର ଯାନ ବଦଳରେ କିଭଳି ଉଲ୍ଲଘଂନ ପାଇଁ ଜୋରିମାନା କରାଯିବ ତା’ର ତ୍ବରିତ୍‌ ସୂଚନା ପୁଲିସର ହସ୍ତଗତ ହୋଇଯିବ। ରବିବାର ପରିବହନ ବିଭାଗ ପକ୍ଷରୁ ଏସ୍‌ବିଆଇ ପକ୍ଷରୁ ଯୋଗାଇ ଦିଆଯାଇଥିବା ଇ-ଚାଲାଣ ମେସିନ୍ କମିସନରେଟ ପୁଲିସକୁ ହସ୍ତାନ୍ତର କରାଯାଇଛି। ଖୁବ୍‌ଶୀଘ୍ର କମିସନରେଟ ପୁଲିସ ଏହି ମେସିନକୁ ବ୍ୟବହାର କରି ଟ୍ରାଫିକ୍‌ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଏଥିପାଇଁ କର୍ମଚାରୀଙ୍କୁ ତାଲିମ ଦିଆଯିବ ବୋଲି ଜଣେ ବରିଷ୍ଠ ଟ୍ରାଫିକ୍‌ ଅଧିକାରୀ କହିଛନ୍ତି।
ମିଳିଥିବା ସୂଚନା ମୁତାବକ ଏହି ଇ-ଚାଲାଣ ପିଓଏସ ମେସିନ ରାଜ୍ୟ ପରିବହନ ବିଭାଗର ବାହନ ସଫ୍ଟୱେର ସହିତ ସଂଲଗ୍ନ ହୋଇଛି। କୌଣସି ଗାଡ଼ିର ନମ୍ବର ଏଥିରେ ପ୍ରଦାନ କରାଗଲେ ଗାଡ଼ିର ସମସ୍ତ ବିବରଣୀ ତତ୍‌କ୍ଷଣାତ୍‌ ଉପଲବ୍ଧ ହୋଇପାରିବ। ପୁଲିସକୁ ନୂଆ ମୋଟର ଯାନ ଆଇନରେ ୧୯ଟି ଧାରାରେ ଜୋରିମାନା ଆଦାୟ କରିବାର କ୍ଷମତା ରହିଛି। ଗୋଟିଏ କ୍ଲିକରେ ଗାଡ଼ିର ଇନସ୍ୟୁରାନ୍ସ, ଗାଡ଼ି ମାଲିକ, ରୁଟ ପରମିଟ, ପ୍ରଦୂଷଣ ପ୍ରମାଣପତ୍ର ଓ ଫିଟନେସ୍‌ ବାବଦର ବିସ୍ତୃତ ତଥ୍ୟ ମିଳିବ। ସେହିପରି ଏହି ମେସିନ୍‌ରୁ ଉପଲବ୍ଧ ଇ-ଚାଲାଣ ପାଇବା ପରେ ଗାଡ଼ି ଚାଳକଙ୍କୁ ଘଟଣାସ୍ଥଳରେ ଜୋରିମାନା ପ୍ରଦାନ କରିବାକୁ ବାଧ୍ୟ କରାଯିବ ନାହିଁ। ସେମାନଙ୍କୁ ମଧ୍ୟ ପରିବହନ ବିଭାଗ ଭଳି ପରବର୍ତ୍ତୀ ସମୟରେ ଜୋରିମାନା ଦେବା ପାଇଁ ସମୟ ନେଇପାରିବେ। ନିର୍ଦ୍ଧାରିତ ସମୟରେ ଜୋରିମାନା ପ୍ରଦାନ ନ କଲେ ଏହା ଆପଣାଛାଏଁ ମାମଲା କୋର୍ଟକୁ ଚାଲିଯିବ। ଟ୍ରାଫିକ୍‌ ଉଲ୍ଲଘଂନକାରୀମାନେ କୋର୍ଟରେ ଏନେଇ ବିଚାରର ସମ୍ମୁଖୀନ ହେବେ। ଏହି ପିଓଏସ୍‌ ମେସିନ୍‌ ମାଧ୍ୟମରେ ଏଟିଏମ୍‌ ଓ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଜୋରିମାନା ଦେବା ବ୍ୟବସ୍ଥା ରହିଛି।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories