ଗୁଡଭେଲା: ଗୁଡଭେଲା ପ୍ରଗତି ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ୪୪ତମ ସାର୍ବଜନୀନ ଦୁର୍ଗା ପୂଜା ପାଳିତ ହୋଇଛି। ସୋମବାର ନିକଟସ୍ଥ ରାହୁଳ ନଦୀରୁ ପବିତ୍ର ଜଳ ପୂର୍ଣ୍ଣ କଳସ ଆଣି ପୂଜା ସ୍ଥାଳରେ ସ୍ଥାପନ କରାଯାଇଥିଲା। ମଙ୍ଗଳବାର ଓ ବୁଧବାର ଦିନ ମହାସପ୍ତମି, ମହାଅଷ୍ଟମୀ ପୂଜା ପରେ ଗୁରୁବାର ଦିନ ମା ଦୁର୍ଗାଙ୍କ ମହାନବମୀ ପୂଜା ହୋଇଛି। ସ୍ୱତନ୍ତ୍ର ରୀତିନୀତି ଅନୁସାରେ କରୋନା କଟକଣା ଭିତରେ ମହାମାୟୀଙ୍କ ପୂଜାର୍ଚ୍ଚନା ଚାଲିଛି। ଦୁଇ ବର୍ଷ ହେବ କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ହେଉନଥିବାରୁ ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ। ଶୁଭୁନି ଢୋଳ ମହୁରି ନିଶାନ ତାଶାର ଷୋଳଭରଣୀ ପାର।
ଏହି କଟକଣା ଭିତରେ ତଥାପି ପରମ୍ପରା ରକ୍ଷା ନିମିତ୍ତ ଚାଳିଛି ମାଁଙ୍କ ପୂଜା। ଏଥିରେ ନୈମିଶ ମିଶ୍ର ପୂଜାର୍ଚ୍ଚନା ଓ ପ୍ରଶନ୍ନ ମିଶ୍ର ଚଣ୍ଡୀ ପାଠ କରୁଛନ୍ତି। ଷଢାନନ ପ୍ରଧାନୀ ଓ ସହପତ୍ନୀ କଳ୍ପନା ପ୍ରଧାନୀ କର୍ତ୍ତା କାର୍ଯ୍ୟ ତୁଲାଇଛନ୍ତି। ପ୍ରଗତି ଯୁବକ ସଂଘର ସଭାପତି ସନ୍ତୋଷ ପୋଢ, ହରି କିଷାନ ଜୈନ, କୃଷ୍ଣ ପ୍ରସାଦ ରଣା, ଗଙ୍ଗା ରଣା, ହରି ରଣା, ରାଜିବ ପୋଢ, ମଧୁବନ ରଣା, ତୁମେଶ୍ବର ମାଝୀ, ବସୁଦେବ ରଣା, ଇତି ବାଗ, ନିରଞ୍ଜନ ଷଡ଼ଙ୍ଗୀ, ଶୁଶାନ୍ତ ପୋଢ, ଟଙ୍କ ରଣା, କାର୍ତ୍ତିକ ରଣା ପ୍ରମୁଖ ଉପସ୍ଥିତରେ ମହାନବମୀ ଅନୁଷ୍ଠିତ ହୋଇଛି।



