www.samajalive.in
Sunday, December 14, 2025
23.1 C
Bhubaneswar

ଶୁକ୍ରବାର ରାଶିଫଳ ୧୫.୧୦.୨୦୨୧

ମେଷ: କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସମ୍ବାଦ ପାଇଁ ଖୁସି ହୋଇ ପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ବିବାଦରେ ବିଜୟୀ ହେବେ।
ବୃଷ: ପରିଶ୍ରମର ମୂଲ୍ୟ ମିଳିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାତକୁ ଆସିବା ଓ ତା’ର ସଦ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ।
ମିଥୁନ: ଧନ କ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡିବ। ଶତୃମାନଙ୍କ ତରଫରୁ କୌଣସି ବିପଦ ନାହିଁ। ଅଷ୍ଟମ ଚନ୍ଦ୍ର ଯୋଗ୍ୟ ସତର୍କ ରହିବେ।
କର୍କଟ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରି ପାରନ୍ତି। ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ କରଣୀୟ। ରୁଚିକର ଭୋଜନ ମିଳିବ।
ସିଂହ: ଉଚ୍ଚ ସ୍ଥରରୁ ସହାୟତା ମିଳିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭ ଖବର ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ।
କନ୍ୟା: ବିଚାର ବିମର୍ଶ ପୂର୍ବକ କାର୍ଯ୍ୟ କଲେ ସଫଳତା ପାଇବେ। ଅଧ୍ୟାପନାର ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହେବେ। ଶୁଭ ଖବର ଶୁଣି ପ୍ରଫୁଲ୍ଲିତ ହେବେ। ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା: ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ବାସଗୃହର ପରିବେଶ ପ୍ରଦୂଷଣ ମୁକ୍ତ ରହିବ। କୃଷି କ୍ଷେତ୍ର ପ୍ରତି ଯତ୍ନବାନ ହେବାକୁ ପଡିବ। ଯାନ-ବାହନ ସୁଖ ମିଳିବ।
ବିଛା: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରି ସୁଖୀ ହେବେ। ଆସନ୍ତି ଦୂର ହେବ। ସରକାରୀ ଲାଭ ମିଳିବ।
ଧନୁ: ଆଶାବାଦୀ ହେବେ। ତ୍ୟାଗପୂତ ମନୋଭାବ ଗ୍ରହଣ କରିପାରନ୍ତି। ମତିମାନ ହେବେ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ। ସହିଷ୍ଣୁ ହେବେ। କର୍ମଚଞ୍ଚଳ ରହିବେ।
ମକର: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମୂଲ୍ୟ ଅତୁଟ ରହିବ। ନୂଆ ବନ୍ଧୁଙ୍କ ସାନିଧ୍ୟ ମିଳିବ।
କୁମ୍ଭ: କର୍ମ ଚଞ୍ଚଳ ରହିବେ। ସାଧନାର ପ୍ରଥମ ସୋପାନ ସ୍ୱରୂପ ଏକାନ୍ତରେ କିଛି ସମୟ ବିତାଇ ପାରନ୍ତି। ମଧୁର ବଚନରେ ପରକୁ ଆପଣାର କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ନିଜ ମତରେ ଅଟଳ ରହିବେ।
ମୀନ: ଆୟ ଆଶାନୁରୂପ ହେବ। ସୁସମ୍ବାଦ ପାଇ ଖୁସି ହୋଇ ପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories