ନକଲି ଔଷଧ, ସବୁ ଜିଲ୍ଲାରେ ହେବ ଚଢାଉ – ସ୍ୱାସ୍ଥ୍ୟମନ୍ତ୍ରୀ

ଡେସ୍କ: ନକଲି ଔଷଧ ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଆଇନ ତା ବାଟରେ ଯିବ। କାହାରିକୁ ଛଡ଼ାଯିବ ନାହିଁ। ଯଦି କେହି ଭୁଲ୍‍ କରିଥିବେ, ତେବେ ତାଙ୍କୁ ଦଣ୍ଡ ଦିଆଯିବ। ଆଗକୁ ମଧ୍ୟ ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

କିଛି ଦିନତଳେ କଟକ ଓ ଭୁବନେଶ୍ୱରର ବିଭିନ୍ନ ନକଲି ଔଷଧ ବିକ୍ରି ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ବହୁ ନକଲି ଔଷଧ ମିଳିଥିଲା। ଏହି ମାମଲାରେ କଟକର ଦୁଇ ମେଡିସିନ୍‍ ହୋଲସେଲରଙ୍କୁ ଗିରଫ କରାଯାଇଛି।

Comments are closed.