ଏଣିକି ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ରେ ପଡିବନି ଅଳିଆ ଆବର୍ଜନା : ବିଏମସି କମିଶନର
ଭୁବନେଶ୍ୱର: ଏଣିକି ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ରେ ଆଉ ଅଳିଆ ଆବର୍ଜନା ପଡିବ ନାହିଁ। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସହରର ବିଭିନ୍ନ ସ୍ଥାନରେ ୪୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଖୋଲାଯାଇଛି। ୬ରୁ ୮ ମାସରେ ଏସବୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କାର୍ଯ୍ୟକ୍ଷମ ହେବ। ଏହା ପରେ ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ରେ ଆଉ ଅଳିଆ ଆବର୍ଜନା ପକାଯିବ ନାହିଁ। ଦାରୁଠେଙ୍ଗଠାରେ ଥିବା ଅଳିଆ ବୟୋମାଇନିଂ କରାଯାଇ ରିସାଇକ୍ଲିଂ କରାଯିବ ବୋଲି ପ୍ରେମଚନ୍ଦ୍ର ଚୈାଧୁରୀ କହିଛନ୍ତି ।
Comments are closed.