www.samajalive.in
Saturday, December 6, 2025
26.1 C
Bhubaneswar

ଆପଣ ଜାଣନ୍ତି କି ହଳଦୀ ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ?

ହଳଦୀର ବ୍ୟବହାର କେବଳ ଖାଦ୍ୟପେୟ ପାଇଁ ନୁହେଁ ବରଂ ମୁଖ୍ୟତଃ ଶୀତଦିନେ ଏହାକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ରକ୍ତ ପରିଷ୍କାର କରିଥାଏ। ଶରୀରରୁ କ୍ଷତିକାରକ ପଦାର୍ଥ ବାହାର କରିବା ପାଇଁ ସାହାଯ୍ୟ କରିଥାଏ। ହଳଦୀର ବ୍ୟବହାର ବିଭିନ୍ନ ବ୍ୟଞ୍ଜନରେ କରାଯାଏ। ମାତ୍ର କ୍ଷୀରରେ ମିଶାଇ ଏହାକୁ ପିଇଲେ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଉପକାରୀ। ମାତ୍ର ଆପଣ ଜାଣନ୍ତି କି ହଳଦୀର ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ? ଜାଣନ୍ତୁ ଏହାର ଉପକାରିତା ଓ ପ୍ରସ୍ତୁତି ପ୍ରଣାଳୀ …….
ହଳଦୀ ଜୁସ ପ୍ରସ୍ତୁତ କରିବାର ପ୍ରଣାଳୀ –
କଞ୍ଚା ହଳଦୀ ଖଣ୍ଡ କିମ୍ବା ହଳଦୀ ଗୁଣ୍ଡ
ଲେମ୍ବୁ ଓ ଲୁଣ
ପ୍ରଥମେ ଏକ ଗ୍ଲାସରେ ଫାଳେ ଲେମ୍ବୁର ରସ ଚିପୁଡ଼ନ୍ତୁ। ଏହାପରେ ଏଥିରେ ହଳଦୀ ଓ ଲୁଣ ଗୋଳାନ୍ତୁ। ଏହାକୁ ପେଷି ଦିଅନ୍ତୁ। ଏହି ମିଶ୍ରଣରେ ଆବଶ୍ୟକ ଅନୁଯାୟୀ ପାଣି ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ହଳଦୀ ଜୁସ।
ଜାଣନ୍ତୁ ଏହାର ଉପକାରିତା ଗୁଣ ବିଷୟରେ …..
କଞ୍ଚା ହଳଦୀର ସେବନ କରିବା ଦ୍ୱାରା କର୍କଟ ରୋଗକୁ ଶରୀର ଠାରୁ ଦୂରରେ ରଖେ।
ହଳଦୀ ଜୁସର ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଶରୀରରେ ଲାଲ ଦାଗ ଆଦି ଦୂର ହୋଇଥାଏ।
ହଳଦୀରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ସେଫଟିକ ଗୁଣ ରହିଛି। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।
ହଳଦୀ ଜୁସ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ମୋଟାପଣ ହ୍ରାସ କରିଥାଏ।
ଏହି ଜୁସ ଯକୃତକୁ ସୁସ୍ଥ ରଖିଥାଏ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories