www.samajalive.in
Sunday, December 7, 2025
26.1 C
Bhubaneswar

ପୂର୍ବତନ ପତ୍ନୀଙ୍କୁ ୭୨୮ ନିୟୁତ ଡଲାର ଦେବେ ଦୁବାଇର ଶାସକ

ଲଣ୍ଡନ: ରାଜକୀୟ ବିଚ୍ଛେଦ ଦୁବାଇର ଶାସକଙ୍କ ପାଇଁ ମହଙ୍ଗା ପଡିଛି । ଦୀର୍ଘକାଳ ଅଦାଲତରେ ମୋକଦ୍ଦମା ଚାଲିବା ପରେ ଲଣ୍ଡନର ଏକ ଅଦାଲତ ଦୁବାଇର ଶାସକ ଶେଖ ମହମ୍ମଦ ବିନ୍‍ ରଶିନ ଅଲ୍‍ ମକତୁମଙ୍କୁ ତାଙ୍କ ପୂର୍ବତନ ପତ୍ନୀଙ୍କୁ ୭୨୮ ନିୟୁତ ଡଲାର ଦେବାକୁ ଆଦେଶ ଦେଇଛନ୍ତି । ୪୭ ବର୍ଷ ବୟସ୍କା ରାଜକୁମାରୀ ହୟା ବିନ୍ତ ଅଲ ହୁସେନ ସଂପ୍ରତି ଲଣ୍ଡନରେ ନିଜର ୧୩ ଓ ୯ ବର୍ଷର ଦୁଇ ସନ୍ତାନଙ୍କ ସହିତ ବାସ କରୁଛନ୍ତି । ଜଣାଯାଇଛି ଯେ ରାଜକୁମାରୀ ହୟା ହେଉଛନ୍ତି ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସାବତ ଭଉଣୀ । ହୟାଙ୍କୁ ନଗଦ ୨୫୧.୫ ନିୟୁତ ପାଉଣ୍ଡ ଅର୍ଥ ଏବଂ ପିଲାମାନଙ୍କର ରକ୍ଷଣାବେକ୍ଷଣ ତଥା ସେମାନଙ୍କର ଭବିଷ୍ୟତ ନିରାପତ୍ତା ନିମନ୍ତେ ୨୯୦ ନିୟୁତ ପାଉଣ୍ଡର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ଅଦାଲତ ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଦୁବାଇର ଏହି ୭୨ ବର୍ଷ ବୟସ୍କ ଶାସକ ଶେଖ ମହମ୍ମଦ ବିନ୍‍ ରଶିଦ ଅଲ୍‍ ମକତୁମ ତାଙ୍କର ୪୭ ବର୍ଷ ବୟସ୍କା ପୂର୍ବତନ ପତ୍ନୀଙ୍କ ସହିତ ବିବାହ ବିଚ୍ଛେଦକୁ ନେଇ ଦୀର୍ଘକାଳ ଅଦାଲତରେ ମୋକଦ୍ଦମା ଲଢୁଥିଲେ । ଶେଖ ମହମ୍ମଦ ବିନ୍‍ ରଶିଦ ମଧ୍ୟ ସଂଯୁକ୍ତ ଆରବ ଏମିରେଟସର ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ଅଟନ୍ତି । ଅଦାଲତରେ ମାମଲାର ବିଚାର ସମୟରେ ହାଜର ହୋଇନଥିବା ଶେଖ୍‍ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିବା ପୂର୍ବରୁ ମଧ୍ୟ ସେ ପିଲାମାନଙ୍କର ଭରଣପୋଷଣ ନିମନ୍ତେ ବର୍ଷକୁ ୧୮ ନିୟୁତ ପାଉଣ୍ଡ ଏବଂ ଘର ଖର୍ଚ୍ଚ ପାଇଁ ୮୩ ନିୟୁତ ପାଉଣ୍ଡ ଓ ତତ୍କାଳୀନ ପତ୍ନୀଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ୯ ନିୟୁତ ପାଉଣ୍ଡ ପ୍ରଦାନ କରୁଥିଲେ । ତେବେ ହୟା ଲଣ୍ଡନକୁ ଚାଲିଯିବା ପରେ ସେ ଶେଖ୍‍ ତାଙ୍କୁ ସିଧାସଳଖ ଅର୍ଥ ପ୍ରଦାନ କରିବା ବନ୍ଦ କରିଦେଇଥିଲେ । ତାହା ପରବର୍ତ୍ତୀ ସମୟରେ ହୟା ନିଜ ଖର୍ଚ୍ଚ ପାଇଁ ଅଳଙ୍କାର, ହ୍ୟାଣ୍ଡବ୍ୟାଗ ଏବଂ ଘୋଡାଗୁଡିକୁ ୧୫ ନିୟୁତ ପାଉଣ୍ଡରୁ ଅଧିକ ମୂଲ୍ୟରେ ବିକ୍ରି କରିସାରିଥିôବା ଅଦାଲତ ଦର୍ଶାଇଥିଲେ । ହୟା ନିଜର ବାର୍ଷିକ ଖର୍ଚ୍ଚ ପ୍ରାୟ ୧୪ ନିୟୁତ ପାଉଣ୍ଡର ହିସାବ ଅଦାଲତରେ ଦାଖଲ କରିଛନ୍ତି । ସୂଚନାଯୋଗ୍ୟ ଯେ ଶେଖ୍‍ ୨୦୦୪ରେ ହୟାଙ୍କୁ ଦ୍ୱିତୀୟ ପତ୍ନୀ ଭାବରେ ଆନୁଷ୍ଠାନିକ ଭାବରେ ବିବାହ କରିଥିଲେ । କିନ୍ତୁ ହୟାଙ୍କ ଅଜାଣତାରେ ୨୦୧୯ରେ ଶେଖ୍‍ ତାଙ୍କୁ ଶାରିଆ ଆଇନ ବଳରେ ଛାଡପତ୍ର ଦେଇଥିଲେ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories