www.samajalive.in
Sunday, December 7, 2025
23.1 C
Bhubaneswar

ପଞ୍ଚପଡ଼ାରେ ବିଧାୟକଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ଓ ପଲିଥିନ୍‍ ବଣ୍ଟନ

ବାଙ୍କୀ: ବାଙ୍କୀ-ଡମପଡ଼ା ବ୍ଲକ ଅନ୍ତର୍ଗତ ଡମପଡ଼ା ପଞ୍ଚାୟତ ଅଧିନ ପଞ୍ଚପଡ଼ା କୁହାଯାଉଥିବା ଢୋଲକାଠ, ଡାହାଣିଗାଡିଆ, ନୂଆକୁଅ, ବେହେଣ୍ଟାସାହି ଓ ପିଠାଖିଆ ଗ୍ରାମରେ ଗୁରୁବାର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ପ୍ରତି ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ୍‍ ବଣ୍ଟନ କରାଯାଇଛି। ଡମପଡ଼ା-ଚନ୍ଦକା ଅଭୟାରଣ୍ୟ ମଧ୍ୟରେ ରହୁଥିବା ପ୍ରାୟ ୫ଟି ଗ୍ରାମର ୩୦୦ପରିବାର ଅନୁସୂଚୀତ ଜନଜାତି ସମ୍ପ୍ରଦାୟର ଗରୀବ ଓ ଦିନ ମଜୁରିଆ। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ଜିବୀକା ବିତାନ୍ତି। ଚଳିତ ବନ୍ୟା ପୂର୍ବରୁ ହୋଇଥିବା ଲଗାଣବର୍ଷାରେ ପ୍ରଭାବିତ ହୋଇ ଦହଗଞ୍ଜ ହେଉଥିଲେ। ବାଙ୍କୀ ବିଧାୟକ ଶ୍ରୀ ତ୍ରିପାଠୀ ଏହି ଗ୍ରାମ ପରିଦର୍ଶନ କରି ଆଜି ସକାଳେ ବିପନ୍ନ ପରିବାରଙ୍କୁ ଖଣ୍ଡିଏ ଲେଖାଏଁ ପାଲ ସହିତ ଚୁଡା, ଗୁଡ, ବିସ୍କୁଟ ଆଦି ପ୍ରଦାନ କରିଛନ୍ତି। ଡମପଡ଼ା ସରପଞ୍ଚ ପ୍ରତିନିଧି ଭବାନୀପ୍ରସାଦ ପରିଜା, ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ, ସମାଜସେବୀ ଓକିଲ ମାନସ ଧଳ, ଡମପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ସମାଜସେବୀ ସୁରେନ୍ଦ୍ର ତ୍ରିପାଠୀ, ଅଜିତ କୁମାର ବେହେରା, ସମୀର ରଞ୍ଜନ ରଣା ଓ ସମୀର କୁମାର ଧଳ ପ୍ରମୁଖ ଉପସ୍ଥିତ ରହି ବିପନ୍ନମାନଙ୍କୁ ବିଧାୟକଙ୍କ ଦ୍ୱାରା ପ୍ରଦତ୍ତ ସାମଗ୍ରୀ ବଣ୍ଟନ କରିଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories