ନିଶା ନିବାରଣ ଓ ପୁନର୍ବାସ କେନ୍ଦ୍ର ଉଦଘାଟିତ

ଚୌଦ୍ୱାର  : ପଥଭ୍ରଷ୍ଟ କିଶୋର ମାନଙ୍କୁ ନିଶା ସେବନରୁ ମୁକ୍ତ କରିବା ଲକ୍ଷରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ଧାର ଫାଉଣ୍ଡେସନ ତରଫରୁ ଏକ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । କଳିଙ୍ଗ ଛକ ଠାରେ କିଶୋର ନିଶା ନିବାରଣ ଓ ପୁନର୍ବାସ କେନ୍ଦ୍ର ନାମରେ ପ୍ରତିଷ୍ଠିତ ଏହି କେନ୍ଦ୍ରକୁ ଚୌଦ୍ୱାର-କଟକର ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦଘାଟନ କରିଥିଲେ । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତୀ ମହାନ୍ତି, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ମନ୍ଦାକିନୀ ଜେନା, ସଦସ୍ୟ ଅମୀୟ ବିଶ୍ୱାଳ, ସମାଜସେବୀ ଶୈଳ ବେହେରା, ସୁଭଦ୍ରା ଦାସ, ସାମାଜିକ କର୍ମୀ ସସ୍ମିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚୌଦ୍ୱାର ସହରରେ ପ୍ରଥମଥର ଲାଗି ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ନିଶା କବଳିତ କିଶୋର ଓ ଯୁବ ବର୍ଗଙ୍କୁ ନିଶାମୁକ୍ତ କରିବା ଏବଂ ସମାଜରେ ହିଂସା ରୋକିବାରେ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରିବା ସହିତ ସଂଗଠନର ଏଭଳି ପ୍ରୟାସକୁ ପ୍ରସଂଶା କରିଥିଲେ। ଏହି କେନ୍ଦ୍ରରେ ରହୁଥିବା ପୀଡ଼ିତ କିଶୋର ମାନଙ୍କ ପାଇଁ ଶିକ୍ଷା, ଆଧ୍ୟାତ୍ମିକ ଜ୍ଞାନ ଶିକ୍ଷା, ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗ, ପ୍ରାଣାୟମ, ସୁଷମ ଖାଦ୍ୟ ଆଦିର ବ୍ୟବସ୍ଥା କରାଯାଇଥିବା ସଂଗଠନର ସଭାପତି ନରୋତ୍ତମ ଦାସ ସୂଚନା ପ୍ରଦାନ କରିଛନ୍ତି। ଉଦ୍ଧାର ଫାଉଣ୍ଡେସନର ସମସ୍ତ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

kalyan agarbati

Comments are closed.