ନଦୀରେ ବୁଡି ବାଳକ ମୃତ, ଶବ ରଖି ରାସ୍ତା ଅବରୋଧ

0

ପିପିଲି: ବଳଙ୍ଗା ଥାନା ଅନ୍ତର୍ଗତ ହରିପୁର ପାଟଣାସାହିର ଜୟପ୍ରକାଶ ପାତ୍ର(୧୬) ଗୁରୁବାର ପୂର୍ବାହ୍ନରେ ଭାର୍ଗବୀ ନଦୀରେ ବୁଡି ପ୍ରାଣ ହରାଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକଶ ପାଇଛି । ଉତ୍ତ୍ୟକ୍ତଲୋକ ହରିପୁର ବଜାରଠାରେ ଶବ ରଖି ପିପିଲି-ନିମାପଡା ରାସ୍ତା ଅବରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଜୟପ୍ରକାଶ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ । ଖବରପାଇ ଘଟଣାସ୍ଥଳରେ ପିପିଲି ଦମକଳ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ସେଠାରେ ବାଲିଘାଟ ଯୋଗୁଁ ନଦୀ ମଧ୍ୟରେ ବଡ ବଡ ଖାଲ ସୃଷ୍ଟି ହୋଇ ଅନେକ ସମୟରେ ଅଘଟଣ ଘଟୁଥିବା ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି । ଆଜି ଏହି କାରଣରୁ ଜୟପ୍ରକାଶଙ୍କ ମୃତ୍ୟୁ ଘଟିଥିବା ସେମାନେ କହିଛନ୍ତି । ବାଲିଘାଟ କରିଥିବା ବ୍ୟକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି ।

Leave A Reply