www.samajalive.in
Tuesday, December 9, 2025
26.1 C
Bhubaneswar

ଗାଡ଼ି ମାଲିକଙ୍କୁ ମହଲତ; ଡ଼୍ରାଇଭିଂ ଲାଇସେନ୍ସ ଲାଗି ଜୁଲାଇ ୩୧ ଯାଏ ବଢ଼ିଲା ଅବଧି

ନୂଆଦିଲ୍ଲୀ: ଡ଼୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ ଗାଡ଼ି କାଗଜପତ୍ର ନିମନ୍ତେ କେନ୍ଦ୍ର ସରକାର ଗାଡ଼ି ମାଲିକଙ୍କୁ ଦେଇଛନ୍ତି ମହଲତ । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ସବୁ ଦସ୍ତାବିଜ ଠିକ୍ କରିବା ପାଇଁ ଅବଧି ବୃଦ୍ଧି କରାଯାଇଛି । କେନ୍ଦ୍ର ଭୂ ପୃଷ୍ଠ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସୂଚନା ଅନୁସାରେ ୧ ଫେବୃଆରୀ ୨୦୨୦ ପରେ ଯଦି ବାହନର କାଗଜପତ୍ର ସମ୍ପର୍କିତ ପ୍ରକ୍ରିୟା ପୂରଣ ହୋଇନଥିଲେ ଏଥିଲାଗି ଜୋରିମାନା ଦେବାକୁ ପଡ଼ିବ ନାହିଁ ।

କରୋନା ଓ ଲକଡ଼ାଉନ ଯୋଗୁଁ   ଯଦି କୌଣସି ଗାଡ଼ି ମାଲିକ ତାଙ୍କ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ନବୀକରଣ କରିନାହାନ୍ତି କିମ୍ବା ଡ଼୍ରାଇଭିଂ ଲାଇସେନ୍ସ କରି ନାହାନ୍ତି କିମ୍ବା ପ୍ରଦୂଷଣ ସାର୍ଟିଫିକେଟ କରି ନାହାନ୍ତି ତେବେ ଜୁଲାଇ ୩୧ ତାରିଖ ପୂର୍ବରୁ କରାଇ ନେବା ଆବଶ୍ୟକ । ଏହା ପୂର୍ବରୁ ମନ୍ତ୍ରାଳୟ ୩୦ ମାର୍ଚ୍ଚ ୨୦୨୦କୁ ଶେଷ ତାରିଖ ଧାର୍ଯ୍ୟ କରିଥିଲେ।   ଏଥିଲାଗି ସେମାନଙ୍କଠାରୁ ଜୋରିମାନା  ଆଦାୟ କରାଯିବନାହିଁ ବୋଲି କୁହାଯାଇଛି ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories