www.samajalive.in
Monday, December 15, 2025
24.1 C
Bhubaneswar

ହରଭଙ୍ଗାରେ ଆଠଦିନ ହେଲା ପାଇପ୍‍ ଜଳ ଯୋଗାଣ ଠପ୍‍ 

ହରଭଙ୍ଗା: ମହାନଦୀ କୂଳିଆ ହରଭଙ୍ଗା ଗ୍ରାମରେ ଶୀତଦିନରୁ ପାନୀୟ ଜଳ ସମସ୍ୟା ମୁଣ୍ଡ ଟେକିଲାଣି। ଫଳରେ ଗାଁ ଲୋକଙ୍କୁ ବର୍ତ୍ତମାନ ସମୟରୁ ପାଇପ୍‍ ଜଳ ଯୋଗାଣରୁ ଗିଲାସେ ପିଇବା ପାଣି ମିଳିପାରୁନାହିଁ। ଏହା ସତ୍ତ୍ବେ ପାଣି ସୁବିଧା ପାଇଁ ପ୍ରତିବର୍ଷ ପ୍ରକଳ୍ପ ମରାମତି ସାଙ୍ଗକୁ ଲକ୍ଷ ଲକ୍ଷ ଟଙ୍କାରେ ଗୋଟିଏ ପରେ ଗୋଟିଏ ପାଣି ଟାଙ୍କି ନିର୍ମାଣ ସତ୍ତ୍ବେ ମଧ୍ୟ ସମସ୍ୟା ଦୂର ହୋଇପାରୁନାହିଁ। ବର୍ତ୍ତମାନ ସମୟରେ ଆଠଦିନ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ମହାନଦୀ କୂଳରେ ଥାଇ ମଧ୍ୟ ହରଭଙ୍ଗା ଗ୍ରାମବାସୀଙ୍କୁ ପିଇବା ପାଣି ଟୋପାଏ ନ ମିଳିବା ପ୍ରକଳ୍ପ ନିର୍ମାଣ ଓ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶ ଯେ ହରଭଙ୍ଗା ଗ୍ରାମର ୫ଟି ଓାର୍ଡରେ ୩ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ଜଳ ଓ ପରିମଳ ବିଭାଗ ସହାୟତାରେ, ପଚିଶ ବର୍ଷ ପୂର୍ବେ ମହାନଦୀରେ ଇନଟେକ କୂଅରୁ ଗ୍ରାମକୁ ପାଇପ୍‍ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ପ୍ରତି ବସ୍ତିରେ କୋଡିଏରୁ ଅଧିକ ଷ୍ଟାଣ୍ଡ ପୋଷ୍ଟ ଜରିଆରେ ଲୋକଙ୍କୁ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ଫଳରେ ଲୋକେ ସାମୁହିକଭାବେ ପିଇବା ପାଣି ସଂଗ୍ରହ କରୁଥିଲେ।ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ସାଙ୍ଗକୁ ଗତ ୨୦୧୨ ମସିହାରୁ ଘରକୁ ପାଇପ ଯୋଗେ ପିଇବା ପାଣି ସଂଯୋଗ ବ୍ୟବସ୍ଥା କରାଗଲା। ଖରାଦିନେ ଲୋକଙ୍କ ପିଇବା ପାଣି ସମସ୍ୟା ଦୂର ପାଇଁ ମହାନଦୀ ଗର୍ଭରେ ଆଉ ଗୋଟିଏ ଇନଟେକ କୂଅ ସହିତ ଶିବମନ୍ଦିର ନିକଟରେ ୪୦ ହଜାର ଲିଟର କ୍ଷମତା ବିଶିଷ୍ଟ ଆଉ ଏକ ଓଭର ହେଡ ଟ୍ୟାଙ୍କ ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଗଲା। ଶୁଦ୍ଧ ପିଇବା ପାଣି ସାଙ୍ଗକୁ ପାଣି ସମସ୍ୟା ସଂପୂର୍ଣ୍ଣ ଦୂର ପାଇଁ ୭୦ ଲକ୍ଷ ଟଙ୍କାରେ ଏକ ରିଜର୍ଭ ଟ୍ୟାଙ୍କ ଗତବର୍ଷ ନିର୍ମାଣ କରା୍‍ଗଲା। ଏହା ପରେ ମଧ୍ୟ ଚଳିତ ବର୍ଷ ଶୀତଦିନରୁ ପାଣି ସମସ୍ୟା ଦେଖାଦେଲାଣି।ଏସବୁ ଯୋଗ ମାର୍ଗଶୀର ମାସରୁ ଲୋକଙ୍କୁ ଦୁଇ ଓଳି ପିଇବା ପାଣି ମିଳିପାରୁନଥିବାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମୁଣ୍ଡ ଟେକିଛି।

- Advertisement -

ଏ ନେଇ ଶୁକ୍ରବାର ସ୍ଥାନୀୟ ଶିବମନ୍ଦିର ପ୍ରାଙ୍ଗଣରେ ଗ୍ରାମର ପିଇବା ପାଣି ସମସ୍ୟା ନେଇ ଗ୍ରାମର ସଚେତନ ନାଗରିକ ଚର୍ତୁଭୁଜ ଖଟୁଆ, ଯୁଧିଷ୍ଠିର ରଣା, ସପନ ବାରିକ, ପ୍ରତାପ ସିଂ, ସୁନିଲ ଗୁପ୍ତା, ନଟବର ବାରିକ, କମଳ ବାଈ, ପ୍ରମୁଖଙ୍କୁ ନେଇ ଏକ ବୈଠକ ବସିଥିଲା। ବୈଠକରେ ପ୍ରତିବର୍ଷ ଇନଟେକ୍ କୂଅରେ ପାଣି ଅଭାବ ନେଇ ଗ୍ୟାଲେରୀ ଲାଇନ ସଫା ବାବଦରେ ପ୍ରତିବର୍ଷ ପଞ୍ଚାୟତ ତରଫରୁ ଅର୍ଥଶ୍ରାଦ୍ଧ କରାଯାଉଛି। ମାତ୍ର ଏଥିରେ କୌଣସି ସମାଧାନ ହେଉନାହିଁ। ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ କହିଲେ କେହି କର୍ଣ୍ଣପାତ କରୁନାହାଁନ୍ତି। ଫଳରେ ପାଣି ସମସ୍ୟା ଦୂର ପାଇଁ ନୂଆ ପାଣି ପଞ୍ଚାୟତ କମିଟି ଗଠନ କରାଗଲା। କମିଟି ଏ ବାବଦରେ ହରଭଙ୍ଗା ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହାର ସ୍ଥାୟୀ ସମାଧାନ ପାଇଁ ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories