www.samajalive.in
Sunday, December 14, 2025
19.1 C
Bhubaneswar

ଡି-ବ୍ରଦର୍ସଙ୍କ ଘରୁ ପୁଣି ମିଳିଲା ୩ ବନ୍ଧୁକ ଓ ୧୪୦ ଗୁଳି

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରେ ଚଢାଉ ବେଳେ ପୁଣି ୩ ବନ୍ଧୁକ ଓ ୧୪୦ ଗୁଳି ଜବତ କରାଯାଇଛି। ଡି’ ବ୍ରଦର୍ସଙ୍କ ସିକ୍ରେଟ୍‌ ଚାମ୍ବର ସାଙ୍ଗକୁ ବିପୁଳ ପରିମାଣର ଟଙ୍କା ମଧ୍ୟ ଜବତ କରାଯାଇଛି । ପୁଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଡି ବ୍ରଦର୍ସଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଘର ଯାଞ୍ଚ କରୁଛି ପୁଲିସ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗି ସୂଚନା ଦେଇଛନ୍ତି।
ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗି କହିଛନ୍ତି ଯେ ଆଜିଠୁ ୩ ଦିନିଆ ରିମାଣ୍ଡରେ ଧଳସାମନ୍ତ ବ୍ରଦର୍ସଙ୍କୁ ପୁଲିସ ଆଣିଛି। ପ୍ରଥମେ ସୁଶାନ୍ତ ଧଳସାମନ୍ତଙ୍କୁ କଟକ ଘରକୁ ଆଣି କେଉଁ କେଉଁ ସ୍ଥାନରେ ବନ୍ଧୁକ ଲୁଚାଇଥିଲା ତାହା ପୁଲିସ ପଚାରିଛି। ଏହା ପରେ ସାନ ଭାଇ ସୁଶୀଲକୁ ମଧ୍ୟ ଆଣି ପୁଲିସ ପଚରାଉଚରା କରିଥିଲା।

 

- Advertisement -

କଟକ ଡିସିପି ପ୍ରତୀକ ସିଂହ କହିଥିଲେ ରିମାଣ୍ଡ ସମୟରେ ସେମାନେ ପୁଲିସକୁ ଅନେକ କଥା କହିଛନ୍ତି ଓ ଦୋଷ ସ୍ବୀକାର କରିଛନ୍ତି। ସେମାନେ ଯେଉଁ ସ୍ଥାନରେ ପିସ୍ତଲ, ଗୁଳି, ମ୍ୟାଗାଜିନ୍‌ ଅଛି ସେସବୁ ଜାଗା ଦେଖାଇଲେ। ସେଠାରୁ ଏସବୁ ସ୍ଥାନରୁ ବହୁ ଅସ୍ତ୍ରଶସ୍ତ୍ର ସାଙ୍ଗକୁ ବିପୁଳ ପରିମାଣ ଟଙ୍କା ଜବତ ହୋଇଛି। କେତୋଟି ଜାଗା ଦେଖିଲେ ଜାଣି ହେବନାହିଁ ସେସବୁ ଜାଗା ଦେଖାଇଲେ। ଏହି ଚଢ଼ାଉ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ। ପୂର୍ବରୁ ଚଢ଼ାଉ ସମୟରେ ସିକ୍ରେଟ୍‌ ଚାମ୍ବର ସମ୍ପର୍କରେ ଜଣାପଡ଼ିନଥିଲା। ଯିଏ ସିକ୍ରେଟ୍‌ ଚାମ୍ବର କରିଛି ସେ ହିଁ କହିପାରିବ। ତେଣୁ ସେମାନଙ୍କୁ ରିମାଣ୍ଡରେ ଅଣାଯାଇଛି।
କିଛି ଦିନ ତଳେ ଡି-ବ୍ରଦର୍ସଙ୍କ ଘରେ ପୁଲିସ୍ ଚଢ଼ାଉ କରିଥିଲା । ଏହି ସମୟରେ ୧୦ରୁ ଅଧିକ ବନ୍ଧୁକ ସହ ବହୁ ଗୁଳିଗୋଳା ଜବତ କରିଥିଲା ପୁଲିସ୍। ୧୬ଟି ବନ୍ଧୁକ, ୧୦୯୫ ରାଉଣ୍ଡ ଗୁଳି, ୨୪ ମାଗାଜିନ, ୧୬ଟି ମୋବାଇଲ, ୪ଟି ମୋଟର ସାଇକେଲକୁ ପୁଲିସ ଜବତ କରିଥିଲା। ଦୁଇ ଧଳସାମନ୍ତ ବ୍ରଦର୍ସଙ୍କ ଇଙ୍ଗିତରେ ବେଆଇନ ବନ୍ଧୁକ କାରବାର କରୁଥିବା ୮ଜଣଙ୍କୁ ମଧ୍ୟ ଗିରଫ ହୋଇଥିଲେ।
୨୦୧୬ ମସିହାରେ ଧଳ ସାମନ୍ତ ବ୍ରଦର୍ସ ଗିରଫ ହୋଇ ପୃଥକ୍‌ ଭାବେ ଜେଲ୍‌ରେ ରହିଛନ୍ତି। ଏହା ସତ୍ତ୍ୱେ ସେମାନେ କ୍ରାଇମ୍‌ ନେଟ୍‌ୱର୍କ ଚଳାଉଛନ୍ତି। ଧଳ ସାମନ୍ତ ବ୍ରଦର୍ସଙ୍କ ସହ ପ୍ରକାଶ ବେହେରା ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲେ। ପରେ ସେ ବେଲ୍‌ରେ ଆସିଥିଲେ। ବେଲରେ ଆସିବା ପରେ ସେ ବନ୍ଧୁକ ବେପାର କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜାଣିପାରି ଚୌଦ୍ୱାର ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା। ଏପରିକି ପୁଲିସ ତା’ଠାରୁ ୨ଟି ବନ୍ଧୁକ ଜବତ କରିଥିଲା। ତାଙ୍କୁ ଜେରା ବେଳେ ସରୋଜ ସେଠୀ ନାମକ ଜଣେ ବ୍ୟକ୍ତି ତାଙ୍କୁ ବନ୍ଧୁକ ଯୋଗାଉ ଥିବା ସୂଚନା ଦେଇଥିଲା। ଗିରଫ ପ୍ରକାଶ ବେହେରାଙ୍କ ତଥ୍ୟ ଆଧାରରେ କମିଶନରେଟ୍‌ ପୁଲିସ ସରୋଜ ସେଠୀଙ୍କୁ ଗିରଫ କରିବା ପରେ ଜେରା ସମୟରେ ଧଳ ସାମନ୍ତ ବ୍ରଦର୍ସଙ୍କ ଲିଙ୍କ ଧରାପଡ଼ିଥିଲା।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories