www.samajalive.in
Sunday, December 14, 2025
26.1 C
Bhubaneswar

ବିଜେଡ଼ିରେ ପୁଣି ମହିଳା ଓ ଯୁବକଙ୍କୁ ଗୁରୁତ୍ବ : ୩୬ ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ମଧ୍ୟରୁ ୮୫% ଯୁବ ମୁହଁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନୂତନ ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ତାଲିକାକୁ ମଞ୍ଜୁରୀ ଦେଇଛନ୍ତି । ୬ ଜଣ ଜାତୀୟ ମୁଖପାତ୍ର, ୧୬ ଜଣ ମୁଖପାତ୍ରଙ୍କ ସହ ୧୪ ଜଣ ପ୍ୟାନେଲିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ଦଳର ଗଣମାଧ୍ୟମ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।  ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ତାଲିକାରେ ଯୁବ ମୁହଁଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ଏବଂ ପ୍ରାୟ ୮୫% ହେଉଛି ଯୁବକ ଯୁବତୀ ।

ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଶର୍ମିଷ୍ଠା ସେଠୀ ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତି ପାଇଛନ୍ତି । ଏମାନଙ୍କ ବ୍ୟତୀତ ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ମାଝି, ସ୍ନେହାଙ୍ଗିନୀ ଛୁରିଆ, ବ୍ୟେମକେଶ ରାୟ, ରାସେଶ୍ବରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଲେଲିନ ମହାନ୍ତି, ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାସ, ଡ଼. ହରିଶ ଚୌଧୁରୀଙ୍କୁ ନୂଆ ମୁଖପାତ୍ର ଭାବରେ ନିଯୁକ୍ତି ଦିଆଯାଇଛି ।

- Advertisement -

ସେହିପରି ପ୍ୟାନେଲିଷ୍ଟ ଭାବରେ ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବ୍ରତ ମାଝି, ଚକ୍ରଧର ଦାଶ, ଓମପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପ୍ସିତା ସାହୁ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୋଫିଆ ଆଲାମ, ତୁମ୍ବନାଥ ପଣ୍ଡା, ପ୍ରଶାନ୍ତ ସାହୁ, ଅମିତ୍ ମଲ୍ଲିକ, ଛବି ମାହାଲି, ମହୀକ୍ଷୀତା  ମିଶ୍ର, ସ୍ମୃତି ନନ୍ଦ ଭାବରେ ନିଯୁକ୍ତି ପାଇଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories