www.samajalive.in
Sunday, December 14, 2025
26.1 C
Bhubaneswar

ସିଭିଲ ସର୍ଭିସ କୋଚିଂ ସେଣ୍ଟର ପାଣ୍ଠି: ବଳକା ଟଙ୍କା ଫେରାଇବାକୁ ଜିଏମୟୁକୁ ନୋଟିସ

ସମ୍ବଲପୁର: ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ସହ ରାଜ୍ୟର ୮ଟି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗ ସଚିବ ସିଭିଲ ସର୍ଭିସ କୋଚିଂ ସେଣ୍ଟର ସକାଶେ ଦିଆଯାଇଥିବା ପାଣ୍ଠିର ବଳକା ଅର୍ଥ ଫେରାଇବାକୁ ନୋଟିସ ଜାରି କରିଛନ୍ତି। ଅନ୍ୟ ବିଶ୍ବବିଦ୍ୟାଳୟ ଗୁଡ଼ିକ ହେଲା – ଉତ୍କଳ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ରମାଦେବୀ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ। ଏହି ବିଶ୍ବବିଦ୍ୟାଳୟ ଗୁଡ଼ିକୁ ଗତ ୨୦୧୬ ମସିହାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ସକାଶେ ୧୦ ଲକ୍ଷ ଟଙ୍କା ଲେଖାଏ ପାଣ୍ଠି ଯୋଗାଇ ଦିଆଯାଇଥିଲା।

ଏହି କୋଚିଂ ସେଣ୍ଟର ଗୁଡ଼ିକ ବନ୍ଦ ହୋଇଯାଇଥିବା ସତ୍ତ୍ବେ ବଳକା ଟଙ୍କା ଫେରାଇ ନଥିବା ଜଣାପଡ଼ିଛି। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଥିବା ସିଭିଲ ସର୍ଭିସ କୋଚିଂ ସେଣ୍ଟରରେ ଡିସେମ୍ବର ୨୦୨୯ କ୍ଲାସ ହୋଇଥିବାବେଳେ ମାର୍ଚ୍ଚ ୨୦୨୦ରୁ କରୋନା ସକାଶେ ବନ୍ଦ କରିଦିଆଯାଇଥିଲା। ସମସ୍ତ ବିଲ ଜମା କରାଯାଇଥିବାବେଳେ ଆନୁସଙ୍ଗିକ ଖର୍ଚ୍ଚ ପରେ ପ୍ରାୟ ୫ ଲକ୍ଷ ଟଙ୍କା ପାଖାପାଖି ରହିଯାଇଛି। ଜିଏମୟୁର କୋଚିଂ ସେଣ୍ଟରରେ ସଂଯୋଜକ ଡ. ହେମକୁମାର ନାୟକ ଥିବାବେଳେ ସହ-ସଂଯୋଜକ ଡ. ଉମାଚରଣ ପତି ରହିଛନ୍ତି। ଡ. ନାୟକ ଏଭଳି ନୋଟିସ ଆଜି ମିଳିଥିବା ସ୍ବୀକାର କରିବା ସହ କହିଛନ୍ତି ଯେ, ଏହି କୋଚିଂ ସେଣ୍ଟର ବାବଦକୁ ସମସ୍ତ କାଗଜାତ ପ୍ରସ୍ତୁତ ଅଛି। ବିଶ୍ବବିଦ୍ୟାଳୟ ଖ୍ରୀଷ୍ଟମାସ ପାଇଁ ଏବେ ବନ୍ଦ ରହିଥିବାରୁ କାର୍ଯ୍ୟାଳୟ ଖୋଲିବା ପରେ ବଳକା ଟଙ୍କା ଫେରସ୍ତ କରାଯିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories