www.samajalive.in
Sunday, December 14, 2025
19.1 C
Bhubaneswar

ଜିଏସଟି ଫାଙ୍କିବା ଅଭିଯୋଗରେ ୪ଟି ଗାଡି ଅଟକ, ଟ୍ୟାକ୍ସ ପଇଠ ପାଇଁ ନୋଟିସ୍

ନବରଙ୍ଗପୁର: ଦିନକୁ ଦିନ ଲୋକେ ଜିଏସଟି ଫାଙ୍କିବା ଅଭିଯୋଗ ହେଉଥିବାବେଳେ ଆଜି ଭବାନୀପାଟଣା ସ୍ଥିତ ସିଟି ଏବଂ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ନିକଟସ୍ଥ ମୃଗବିହାର ନିକଟରେ ଗାଡ଼ି ଗୁଡିକ ଯାଞ୍ଜ କରୁଥିଲେ। ଏହି ସମୟରେ ସେହି ରାସ୍ତାରେ ଯାତାୟତ ୦୪ଟି ଗାଡ଼ି ଯାଞ୍ଚ ସମୟରେ ଜିଏସ୍‌ଟି ଫାଙ୍କିଥିବା ଜଣାପଡ଼ିଥିଲା। ସିଟି ଏବଂ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଜିଏସଟି ଫାଙ୍କି ଯାତାୟାତ କରୁଥିବା ଏହି ୦୪ଟି ଗାଡ଼ିକୁ ପାପଡାହାଣ୍ଡି ଥାନାକୁ ଆଣି ଅଟକ ରଖାଯାଇଛି ଏବଂ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି।

 

- Advertisement -

ନବରଙ୍ଗପୁର ଓ ପାପଡାହାଣ୍ଡି ମଧ୍ୟ ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥରେ ଗାଡି ଯାଞ୍ଚ ସମୟରେ ସିମେଣ୍ଟ ବୋଝେଇ ଗୋଟିଏ ଟ୍ରକ, କାନ୍ଦୁଲ ବୋଝେଇ ଗୋଟିଏ ପିକ୍‌ଅପ ଓ ହିରୋ କମ୍ପାନୀର ମୋଟରସାଇକଲ ବୋଝେଇ ୨ ଟି ପିକ୍‌ଅପର ୱେବ ବିଲ ସହିତ କିଛି କାଗଜ ପତ୍ର ଠିକ ନଥିବା ଦେଖିବାକୁ ପାଇଥିଲେ। ଗାଡି ଗୁଡିକର ଡ୍ରାଇଭର ଯେଉଁ କାଗଜ ଦେଖାଇଲେ ସେଥିରେ ଲିଖିତ ସାମଗ୍ରୀ ସହ ଗାଡ଼ିରେ ଥିବା ସାମଗ୍ରୀ ଗୁଡିକର ତାଳମେଳ ନଥିବା ଓ ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟସ୍ଥଳ ମଧ୍ୟ ଭୁଲଥିଲା। ତେଣୁ ସିଟି ଏବଂ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଉକ୍ତ ୦୪ ଟି ଗାଡିକୁ ଅଟକ ରଖିଥିବା ବେଳେ ଗାଡ଼ି ମାଲିକଙ୍କ ନାମରେ ନୋଟିସ ଜାରି କରାଯାଇଛି। ସେମାନେ ଯଦି ନୋଟିସ ଅନୁଯାୟୀ ଟାକ୍ସ ପ୍ରଦାନ କଲେ ଗାଡି ଛାଡିଦିଆଯିବ ବୋଲି ଡେପୁଟି କମିଶନର ତପନ ପାଢ଼ୀ କହିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories