www.samajalive.in
Monday, December 15, 2025
15.1 C
Bhubaneswar

ଦୋରଡ ସ୍କୁଲରେ ଥଣ୍ଡା ପାନୀୟ ମେସିନ ଉଦଘାଟିତ

ଆଠଗଡ : ଆଠଗଡ ବ୍ଲକର ଦୋରଡ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଥଣ୍ଡା ପାନୀୟ ଜଳ ମେସିନ ଗୁରୁବାର ଉଦଘାଟିତ ହୋଇଯାଇଛି । ଆଠଗଡର ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ପ୍ରାୟ ୫୦ ହଜାର ଟଙ୍କା ମୂଲ୍ୟର ଉକ୍ତ ଥଣ୍ଡା ପାନୀୟ ମେସିନ ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଆଇଡିବିଆଇ ବ୍ୟାଙ୍କର ଶାଖା ପ୍ରବନ୍ଧକ ଦେବାଶିଷ ଆଚାର୍ଯ୍ୟ ଯୋଗଦେଇ ଥଣ୍ଡା ପାନୀୟ ମେସିନଟିକୁ ଉଦଘାଟନ କରିବା ସହ ଏହା ଦ୍ବାରା ଛାତ୍ରଛାତ୍ରୀମାନେ ସ୍ୱଚ୍ଛ ତଥା ଥଣ୍ଡା ଜଳ ପିଇ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ସମ୍ମାନିତ ଅତିଥି ରୂପେ ବ୍ୟାଙ୍କର ପରିଚାଳକ ଯୋଗେଶ ଚନ୍ଦ୍ର ନାୟକ, ଅଧିକାରୀ ଅଭିଷେକ ଜେନା, ଗ୍ରାମ ସଭାପତି ଅପର୍ତ୍ତି ଚରଣ ସେଠୀ,  ସରପଞ୍ଚ ଜ୍ୟୋସ୍ନାରାଣୀ ଭୋଇ, ସମିତିସଭ୍ଯ ବିଭୁତି ଭୂଷଣ ବେହେରା, ସ୍କୁଲ ଏସଏମସି ସଭାପତି ଧ୍ରୁବ ଚରଣ ସାହୁ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ପାଲ୍ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସରପଞ୍ଚ ଓ ସମିତିସଭ୍ଯଙ୍କ ସହ ଅନ୍ଯମାନେ ବ୍ୟାଙ୍କର ଏହି ବଦାନ୍ଯତା ପାଇଁ କୃତଜ୍ଞତା ଜଣାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories