www.samajalive.in
Saturday, December 13, 2025
26.1 C
Bhubaneswar

ସୀତାବିଞ୍ଜି ଷ୍ଟେସନ ରାସ୍ତା ପାଇଁ ବାଧକ ସାଜିଛି ଘରୋଇ ଜମି

ପାଟଣା : ୨୦ ନଂ ଜାତୀୟ ରାଜପଥର ଢେଙ୍କିକୋଟଠାରୁ ସୀତାବିଞ୍ଜି ରେଳବାଇ ଷ୍ଟେସନକୁ ଯିବା ରାସ୍ତାରେ ପଡେ ଘଟଗାଁ ବ୍ଲକ ଅନ୍ତର୍ଗତ ତଣ୍ଡିବେଡା ଗ୍ରାମ। ଏହି ଗ୍ରାମ ମଧ୍ୟ ଦେଇ ଷ୍ଟେସନକୁ ରାସ୍ତା ଯାଇଥିବା ବେଳେ ଏହି ରାସ୍ତା ଦେଇ ଦୈନିକ ଶହ ଶହ ହାଲୁକା ଯାନ, ବାଇକ, ମୁଖ୍ୟମନ୍ତ୍ରୀ ବସ ସେବା ଆଦି ଯିବା ଆସିବା କରନ୍ତି। ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯିବା ସହ ମରାମତି ମଧ୍ୟ କରାଯାଇଛି । କେବଳ ଷ୍ଟେସନ ନୁହେଁ ଏହି ରାସ୍ତାରେ ଲୋକେ ପଣ୍ଡାପଡା, ଦେଓବନ୍ଧ ମଧ୍ୟ ଯାଉଛନ୍ତି। ତେବେ ତଣ୍ଡିବେଡା ନିକଟରେ ଏହି ରାସ୍ତାର ପାଖାପାଖି ୧୫୦ ମିଟର ରାସ୍ତା ଘରେଇ ଜମି ହୋଇଥିବାରୁ ଏଠାରେ ରାସ୍ତାକୁ କଂକ୍ରିଟ ଅଥବା ପିଚୁ କରାଯାଇ ପାରୁନାହିଁ । ଯାହା ଫଳରେ ଖରା ହେଉ କି ବର୍ଷା ଦିନରେ ମଧ୍ୟ ଏହା ଖାଲ ଖମା ହୋଇ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହି ସମସ୍ୟା ଦୀର୍ଘ ବର୍ଷର ହୋଇଥିବା ବେଳେ ଏନେଇ ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରକାଶ ସତ୍ତ୍ୱେ ଅଧିକାରୀ କିମ୍ବା ଲୋକ ପ୍ରତିନିଧି ମାନେ ସମସ୍ୟାର ସମାଧାନ ପାଇଁ ତିଳେ ମାତ୍ର ଉଦ୍ୟମ କରିନାହାନ୍ତି। ଏହି ଘରୋଇ ଜମିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିଗ୍ରହଣ କରି ସମସ୍ୟାର ସମାଧାନ କରିବା କିମ୍ବା ଜମି ମାଲିକଙ୍କ ସହ ଆପୋଷ ଆଲୋଚନା କରି ଯଥାଶୀଘ୍ର ତଣ୍ଡିବେଡା ଗ୍ରାମ୍ୟ ରାସ୍ତା ପିଚୁ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories