ଆପଣ ଦେଖୁଥିବା ସ୍ୱପ୍ନର ସଙ୍କେତ ବିଷୟରେ ଜାଣନ୍ତୁ
ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ସମୟରେ ସ୍ୱପ୍ନ ଦେଖିଥାନ୍ତି। ପ୍ରତ୍ୟେକ ସ୍ୱପ୍ନର କିଛି ଏକ ଅଲଗା ମହତ୍ତ୍ୱ ରହିଥାଏ। କିଛି ସ୍ୱପ୍ନ ଆମକୁ ଶୁଭ ଫଳର ସୂଚନା ତ କେତେବେଳେ କିଛି ଅଶୁଭ ଫଳ ଦେବାର ସୂଚନା ଦେଇଥାଏ। ଜୀବନରେ କିଛି ଉନ୍ନତି ହେବାର ଥିଲେ ମଧ୍ୟ ତାହା ସ୍ୱପ୍ନ ମାଧ୍ୟମରେ ଆମେ ଜାଣିପାରୁ। କିନ୍ତୁ ବେଳେବେଳେ ଆମେ ସ୍ୱପ୍ନ ଦ୍ୱାରା ସଙ୍କେତ ପାଇଲା ପରେ ମଧ୍ୟ ତାହା ବୁଝିପାରି ନଥାଉ। ଆସନ୍ତୁ ଜାଣିବା ଏମିତି କିଛି ସ୍ୱପ୍ନ ଦେଖିବାର ଅର୍ଥ କଣ ହୋଇପାରେ….
ଯଦି ସ୍ୱପ୍ନରେ ଧଳା ରଙ୍ଗର ଘୋଡା କିମ୍ବା ବଳଦ ବୁଲୁଥିବାର ଦେଖିବେ ତେବେ ତାହା ଚାକିରୀ କ୍ଷେତ୍ରରେ ପଦୋନ୍ନତି ପାଇବାର ସଙ୍କେତ ଦେଇଥାଏ।
ବେଳେବେଳେ ବ୍ୟକ୍ତି ନିଜ ଶତ୍ରୁଙ୍କ ଠାରୁ ଜିତିବାର ସ୍ୱପ୍ନରେ ଦେଖିଥାଏ, କିନ୍ତୁ ତାହା ଠିକ ରୂପେ କଣ ସଙ୍କେତ ଦେଇଥାଏ ତାହା ବୁଝି ପାରି ନଥାଏ। ଏପରି ସ୍ୱପ୍ନ ଦେଖିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଲାଭ ହେବାର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଯଦି କୌଣସି ନଦୀରେ ଭଉଁରୀ ସୃଷ୍ଟି ହେବାର ଦେଖିବେ ତେବେ ବୁଝିଯାଆନ୍ତୁ ଯେ ଆପଣ ବହୁତ ଶୀଘ୍ର ବୈବାହିକ ବନ୍ଧନରେ ବାନ୍ଧି ହେବେ ବୋଲି ସଙ୍କେତ ଦେଇଥାଏ।
ସ୍ୱପ୍ନରେ କୌଣସି ଶୁଭ ଚିହ୍ନ ଯେପରି ଓଁ, ସ୍ୱସ୍ତିକ ଚିହ୍ନ ଦେଖୁଛନ୍ତି ତେବେ ଆପଣ ନୂଆ ଜାଗା କିଣି ଘରେ କରିବାର ସଙ୍କେତ ଦେଇଥାଏ।
ଯେଉଁ ବ୍ୟକ୍ତି ସ୍ୱପ୍ନରେ ଛୋଟ ଛୁଆଙ୍କୁ ଚକୋଲେଟ ଦେବାର ଦେଖନ୍ତି, ତେବେ ବୁଝନ୍ତୁ ଯେ ଏହା କୌଣସି ମହାନ କାମ କରିବାର ସଙ୍କେତ ଦେଇଥାଏ।