www.samajalive.in
Tuesday, December 9, 2025
19.1 C
Bhubaneswar

ଦ୍ରାବିଡ଼ଙ୍କୁ ନୋଟିସ୍‌ ନେଇ ଗାଙ୍ଗୁଲି, ହରଭଜନ ଅସନ୍ତୁଷ୍ଟ

ନୂଆଦିଲ୍ଲୀ : ସ୍ବାର୍ଥଗତ ସମସ୍ୟା ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ରାହୁଲ ଦ୍ରାବିଡ଼ଙ୍କୁ ବିସିସଆଇର ଏଥିକ୍‌ସ ଅଧିକାରୀ ନୋଟିସ୍‌ ଜାରି କରିବା ଘଟଣାକୁ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି ସୌରଭ ଗାଙ୍ଗୁଲି ଓ ହରଭଜନ୍‌ ସିଂହ।
ସୂଚନାଥାଉକି ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍‌ର ସଦସ୍ୟ ସଞ୍ଜୟ ଗୁପ୍ତା ଦ୍ରାବିଡ଼ଙ୍କ ବିରୋଧରେ ସ୍ବାର୍ଥଗତ ସମସ୍ୟା ଅଭିଯୋଗ ଆଣି ବିସିସିଆଇର ଦ୍ବାରସ୍ଥ ହୋଇଥିଲେ। ଦ୍ରାବିଡ଼ ବର୍ତ୍ତମାନ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ର ନିର୍ଦେଶକ ଥିବା ସହ ଇଣ୍ଡିଆ ସିମେଣ୍ଟ ଗ୍ରୁପ୍‌ର ଉପସଭାପତି ଅଛନ୍ତି। ଇଣ୍ଡିଆ ସିମେଣ୍ଟ ଗ୍ରୁପ୍‌ର ମାଲିକାନାରେ ଆଇପିଏଲ୍‌ର ଅନ୍ୟତମ ଦଳ ଚେନ୍ନଇ ସୁପର କିଙ୍ଗ୍‌ସ ରହିଛି। ତେଣୁ ଦ୍ରାବିଡ଼ଙ୍କ ବିରୋଧରେ ସ୍ବାର୍ଥଗତ ସମସ୍ୟା ଅଭିଯୋଗ ଯଥାର୍ଥ ବୋଲି ସଞ୍ଜୟ ଦର୍ଶାଇଥିଲେ। ସଞ୍ଜୟଙ୍କ ଅଭିଯୋଗ ପରେ ବିସିସିଆଇ ଏଥିକ୍‌ସ ଅଧିକାରୀ ଡିକେ ଜୈନ୍‌ଙ୍କ ତରଫରୁ ଦ୍ରାବିଡ଼ଙ୍କୁ ନୋଟିସ୍‌ ଜାରି କରି ଉତ୍ତର ମାଗିଛନ୍ତି।
ଏହି ପ୍ରସଙ୍ଗରେ ଟ୍ବିଟର୍‌ ମାଧ୍ୟମରେ ନିଜ ଅସନ୍ତୋଷବ୍ୟକ୍ତ କରିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଟ୍ବିଟ୍‌ କରି ଗାଙ୍ଗୁଲି ଲେଖିଛନ୍ତି ଭାରତୀୟ କ୍ରିକେଟ୍‌ରେ ନୂଆ ଫ୍ୟାସନ୍‌ ହେଉଛି ସ୍ବାର୍ଥଗତ ସମସ୍ୟା ଅଭିଯୋଗ। କେତେକ ବ୍ୟକ୍ତି ଖବରରେ ରହିବାକୁ ଖ୍ୟାତନାମା କ୍ରିକେଟର୍‌ଙ୍କ ବିରୋଧରେ ସ୍ବାର୍ଥଗତ ସମସ୍ୟା ଅଭିଯୋଗ ଆଣୁଛନ୍ତି। ଭାରତୀୟ କ୍ରିକେଟ୍‌କୁ ଭଗବାନ ସାହାଯ୍ୟ କରନ୍ତୁ।
ଗାଙ୍ଗୁଲିଙ୍କ ଟ୍ବିଟ୍‌କୁ ସମର୍ଥନ କରି ହରଭଜନ୍‌ ସିଂହ ଦର୍ଶାଇଛନ୍ତି ଭାରତୀୟ କ୍ରିକେଟ୍ କେଉଁ ଦିଗରେ ଗତି କରୁଛି ତାହା ବୁଝା ପଡୁନାହିଁ। ମହାନ୍‌ କ୍ରିକେଟର୍‌ଙ୍କୁ ନୋଟିସ୍‌ ପଠାଇ ସେମାନଙ୍କୁ ଅପମାନିତ କରାଯାଉଛି। ଦ୍ରାବିଡ଼ଙ୍କ ପରି ମହାନ୍‌ କ୍ରିକେଟର୍‌ଙ୍କ ଆବଶ୍ୟକତା ଭାରତୀୟ କ୍ରିକେଟ୍‌କୁ ରହିଛି। ଭଗବାନ ଭାରତୀୟ କ୍ରିକେଟ୍‌କୁ ରକ୍ଷା କରନ୍ତୁ।
ସୂଚନାଥାଉକି ପୂର୍ବରୁ ସଞ୍ଜୟ ଗୁପ୍ତା ପୂର୍ବତନ କ୍ରିକେଟର୍‌ ଭିଭିଏସ୍‌ ଲକ୍ଷ୍ମଣ ଓ ସଚିନ ତେନ୍ଦୁଲକରଙ୍କ ବିରୋଧରେ ସ୍ବାର୍ଥଗତ ସମସ୍ୟା ଅଭିଯୋଗ ଆଣିଥିଲେ। ଉଭୟ ଲକ୍ଷ୍ମଣ ଓ ତେନ୍ଦୁଲକର କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି) ସଦସ୍ୟ ଥିବା ସହ ଆଇପିଏଲ୍‌ ଦଳର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ଅଭିଯୋଗ ଆଣିଥିଲେ। ସେହିପରି ଗାଙ୍ଗୁଲିଙ୍କ ବିରୋଧରେ ମଧ୍ୟ ସ୍ବାର୍ଥଗତ ସମସ୍ୟା ଅଭିଯୋଗ ଆସିଥିଲା। ଗାଙ୍ଗୁଲି ବେଙ୍ଗଲ୍‌ କ୍ରିକେଟ୍ ଆସୋସିଏସନ୍‌ର ଅଧ୍ୟକ୍ଷ ପଦ ସହ ଆଇପିଏଲ୍‌ ଦଳର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା। ତେବେ ତେନ୍ଦୁଲକର, ଗାଙ୍ଗୁଲି ଓ ଲକ୍ଷ୍ମଣ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories