ହରେକୃଷ୍ଣ ମହତାବ

ପୂଜ୍ୟ ପ୍ରଣାମ

୧୮୯୯ ନଭେମ୍ବର ୨୧ରେ ଭଦ୍ରକର ଅଗରପଡ଼ା ଗାଁରେ ହରେକୃଷ୍ଣ ମହତାବ ଜନ୍ମଗ୍ରହଣ କରିଥିଲେ। ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, ସେ ୧୯୨୧ରେ ସ୍ୱାଧୀନତା ଆନ୍ଦୋଳନରେ ଭାଗନେଇଥିଲେ। ବିଦେଶୀ ଜିନିଷ ବର୍ଜନ ପାଇଁ ପ୍ରଚାର କରି ଗିରଫ ହୋଇ ହରେକୃଷ୍ଣ ଜେଲ୍ ଗଲେ, ପାଠପଢ଼ା ବନ୍ଦ ହେଲା। ରାଜନୀତି, ଶିକ୍ଷା, ସାହିତ୍ୟ, ସମାଜସେବା କ୍ଷେତ୍ରରେ ତାଙ୍କ ଭୂମିକା ଉଲ୍ଲେଖନୀୟ। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଏବଂ ପରେ ୧୯୫୬ ରୁ ୧୯୬୧ ପର୍ଯ୍ୟନ୍ତ ଦାୟିତ୍ବ ନେଇ ସୁଚାରୁ ରୂପେ ତୁଲାଇଥିଲେ। ନବ ଉତ୍କଳର ନିର୍ମାତା ହରେକୃଷ୍ଣ ମହତାବ ୧୯୮୩ରେ ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନ ପାଇଥିଲେ। ୧୯୮୭ ଜାନୁୟାରୀ ୨ରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ସ୍ମୃତିରେ ରାଜ୍ୟରେ ଅନେକ ସ୍ମୃତିପୀଠମାନ ଶୋଭା ପାଉଛି। ହରେକୃଷ୍ଣ ମହତାବଙ୍କ ପରି ଜଣେ କର୍ମୀ, ସ୍ବାଧୀନତା ସଂଗ୍ରାମୀ ଓ ତ୍ୟାଗୀ ବିରଳ।

Comments are closed.