ବ୍ୟାୟାମ କରିବା ପରେ ଭୁଲରେ ମଧ୍ୟ ପିଅନ୍ତୁ ନାହିଁ ଏହି ପାନୀୟ

ସାଧାରଣତଃ ବାୟାମ କରିବା ପରେ କିମ୍ବା ଜିମ୍‌ରୁ ବାହାରିବା ପରେ ଆମକୁ କିଛି ପାନୀୟର ଆବଶ୍ୟକତା ପଡ଼ିଥାଏ। ଅଧିକ ଶୋଷ ଲାଗିବା କାରଣରୁ ଆମେ ଯାହା ପାଆନ୍ତି ତାହା ପିଇ ଦିଅନ୍ତି। ହେଲେ ଏପରି କିଛି ପାନୀୟ ଅଛି ଯାହାକୁ ବ୍ୟାୟାମ କରି ସାରିବା ପରେ ପିଇଲେ ଶରୀର ପାଇଁ ଖୁବ୍‍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବ୍ୟାୟାମ କରି ସାରିବା ପରେ କ’ଣ ପିଇବା ଅନୁଚିତ୍‍ –

କୋଲ୍ଡଡ୍ରିଙ୍କସ୍‌ :
ବ୍ୟାୟାମ ସାରିବା ପରେ ପାଣି ବଦଳରେ ସୋଡ଼ା, କୋଲ୍ଡଡ୍ରିଙ୍କସ୍‌ ଓ ପ୍ୟାକେଟରେ ଥିବା ଜୁସ୍‌ ଆଦି ପିଇଲେ ଅନେକ କ୍ଷତି ହୋଇଥାଏ।

ଚା ଓ କଫି :
ବ୍ୟାୟାମ ପରେ କଦାପି ଚା’ କିମ୍ବା କଫି ପିଅନ୍ତୁ ନାହିଁ । ଚା’ରେ ନିକୋଟିନ୍‌ ଥିବା ବେଳେ କଫିରେ କାଫିନ୍‌ ରହିଛି। ବ୍ୟାୟାମ କରିବା ପରେ ସଙ୍ଗେ ସଙ୍ଗେ ଚା’ କିମ୍ବା କଫି ପିଇବା ଶରୀର ପାଇଁ ଖୁବ୍‍ କ୍ଷତିକାରକ। କିଛି ସମୟ ବ୍ୟବଧାନରେ ଚା’ କିମ୍ବା କଫି ପିଇ ପାରିବେ। ଚା ଓ କଫି ଅଧିକ ପିଇବା ମଧ୍ୟସ୍ୱାସ୍ଥ୍ୟ ପାଇଁ ହାନୀକାରକ।

ଆଲକହଲ :
ବ୍ୟାୟାମ କରିବା ପରେ କେତକ ଲୋକ ଆଲକହଲ ପିଇଥାଆନ୍ତି। ମାତ୍ର ଏହା ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଶରୀରରୁ ଜଳୀୟ ଅଂଶ ହ୍ରାସ କରିଥାଏ।

ବ୍ୟାୟାମ ପରେ ଏସବୁକୁ ପିଇପାରିବେ :
ପାଣି ପିଇ ପାରିବେ।
ପାଇଡ ପାଣି ପିଇ ପାରିବେ।
ତାଜା ଫଳରସ ପିଇପାରିବେ।
କ୍ଷୀର ପିଇ ପାରିବେ।

Comments are closed.