ରାୟୁଡୁଙ୍କ ପ୍ରତ୍ୟାବର୍ତ୍ତନ, ପୁଣି ଖେଳିବେ କ୍ରିକେଟ୍

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ତଥା ମଧ୍ୟକ୍ରମ ବ୍ୟାଟ୍ସମାନ ଅମ୍ବାତି ରାୟୁଡୁ ଶୁକ୍ରବାର ତାଙ୍କ ନିଷ୍ପତ୍ତିରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ପୁଣି କ୍ରିକେଟ୍ ଖେଳିବାପାଇଁ କହିଛନ୍ତି। ରାୟୁଡୁ କିଛିଦିନ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଯାହା ସମସ୍ଥଙ୍କୁ ଚକିତ କରିବା ସହ ତାଙ୍କ ପ୍ରଶଂସକଙ୍କୁ ଆଘାତ ଦେଇଥିଲା। ସୂଚନା ଅନୁସାରେ, ସେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଏକ ସମିତି ସଦସ୍ୟ ରତ୍ନାକର ସେଟ୍ଟିଙ୍କୁ ଏକ ଇ ମେଲ ପଠାଇଛନ୍ତି । ଯେଉଁଥିରେ ସେ ପୁଣି ଖେଳିବାକୁ ଚାହୁଁଥିବା କହିଛନ୍ତି ।
ଚଳିତ ବର୍ଷ ବିଶ୍ଵକପ ସମୟରେ ସେ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ (ଫର୍ମାଟ)ରୁ ସେ ଭାରତୀୟ କ୍ରିକେଟ ନିୟନ୍ତ୍ରକ ବୋର୍ଡ(ବିସିସିଆଇ)କୁ ଚିଠି ଲେଖିଥିଲେ। ଚଳିତ କ୍ରିକେଟ ବିଶ୍ୱକପର ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିନଥିଲା। ୩୩ ବର୍ଷିୟ ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଯୁବ କ୍ରିକେଟର ବିଜୟ ଶଙ୍କରଙ୍କୁ ଚୟନ କରାଯାଇଥିଲା। ୨୦୧୩ ଜୁଲାଇ ୨୪ରେ ଜିମ୍ବାୱେ ବିରୋଧରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ସେ ଡେବ୍ୟୁ କରିଥିଲେ। ରାୟୁଡୁ ନିଜ ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଚଳିତ ବର୍ଷ ମାର୍ଚ୍ଚ ୮ରେ ଅଷ୍ଟ୍ରେଲିଆ ବିରୋଧରେ ଖେଳିଥିଲେ। ନିଜ ଶେଷ ଦିନିକିଆ ମ୍ୟାଚରେ ରାୟୁଡୁ ୨ ରନ କରିଥିଲେ। ରାୟୁଡୁ ୫୫ଟି ଅନ୍ତର୍ଜାତୀୟ ଦିନିକିଆରେ ୪୭.୫ ହାରଜରେ ୧୬୯୪ ରନ କରିଛନ୍ତି। ଏହା ମଧ୍ୟରେ ତାଙ୍କର ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସାମିଲ ରହିଛି। ସେହିଭଳି ରାୟୁଡୁ ୬ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୧୦.୫୦ ହାରରେ ୪୨ ରନ କରିଛନ୍ତି।

kalyan agarbati

Comments are closed.