www.samajalive.in
Sunday, December 7, 2025
23.1 C
Bhubaneswar

ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏସବୁ କାମ : ନଚେତ୍ ପିଛା ଛାଡ଼ିବନି ଦୁର୍ଭାଗ୍ୟ

ସାଧାରଣତଃ ଦୈନନ୍ଦିନ ଜୀବନରେ ଅଜାଣତରେ ଆମେ ଏମିତି କିଛି ଭୁଲ୍ କରିଥାଉ, ଯାହା ଦ୍ବାରା ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ହେଲେ ଆମେ ସେ ବିଷୟରେ ନ ଜାଣି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ତଥା ଉପଚାର କରିଥାଉ। ସେହିପରି ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ଏପରି କିଛି କାର୍ଯ୍ୟ ରହିଛି ଯାହାକୁ ସୂର୍ଯ୍ୟାସ୍ତ ପରେ କରିବା ଆଦୌ ଉଚିତ୍ ନୁହେଁ। ସୂର୍ଯ୍ୟାସ୍ତ ପରେ ସେହି ସବୁ କାର୍ଯ୍ୟ କରିବା ଦ୍ବାରା ଭଗବାନ କ୍ରୋଧିତ ହେବା ସହ ଆମର ଅନେକ କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ ସବୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି –

ଝାଡ଼ୁ କରିବା- ସୂର୍ଯ୍ୟାସ୍ତ ପରେ ବା ସନ୍ଧ୍ୟା ସମୟରେ ଝାଡୁ କରିଲେ ଘରୁ ସକରାତ୍ମକ ଶକ୍ତି ବାହାରିଯାଏ। ଏହା ଦ୍ବାରା ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହେ ନାହିଁ। ଫଳରେ ଘରେ ଦାରିଦ୍ର୍ୟତା ଲାଗିରହେ। ତେଣୁ ଏହି ସମୟରେ ଝାଡୁ ମାରିବା ଅନୁଚିତ୍।

- Advertisement -

ତୁଳସୀ ପତ୍ର ତୋଳିବା- ଶାସ୍ତ୍ର ଅନୁସାରେ, ଦିନ ଶେଷ ହେବା ପରେ ତୁଳସୀଙ୍କୁ ପାଣି ଦେବା ଅନୁଚିତ୍। ଏହା ସହ ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ର ତୋଳିବା ମଧ୍ୟ ଅଶୁଭ ହୋଇଥାଏ। ଏହି ସମୟରେ ତୁଳସୀଙ୍କୁ ଛୁଇଁଲେ ତାଙ୍କ ଅପମାନ ହୋଇଥାଏ। ତେଣୁ ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ ତୁଳସୀ ପତ୍ର ତୋଳିବା କିମ୍ବା ଛୁଇଁବା ଉଚିତ ନୁହେଁ।

ଧଳା ଜିନିଷ ଦାନ କରିବା- ସୂର୍ଯ୍ୟାସ୍ତ ହେବା ସମୟରେ ବା ପରେ ଯଦି କେହି କ୍ଷୀର, ଦହି ଓ ପିଆଜ ମାଗେ ତେବେ ତୁରନ୍ତ ମନା କରିଦେବା ଉଚିତ୍। କାରଣ ଏଥିରେ ଚନ୍ଦ୍ର ବାସ କରନ୍ତି। ତେଣୁ ସନ୍ଧ୍ୟା ସମୟରେ ଏସବୁ ଜିନିଷ କାହାକୁ ଦେବା ଅଶୁଭ ବୋଲି ବିଶ୍ବାସ ରହିଛି। କାରଣ ଏହା ଦ୍ବାରା ଚନ୍ଦ୍ର କୋପ କରିଥାଆନ୍ତି।

ଖଟରେ ବସି ଖାଦ୍ୟ ଖାଇବା- ସୂର୍ଯ୍ୟାସ୍ତ ପରେ କେବେହେଲେ ଖଟରେ ବସି ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା ଘର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏହା ଦ୍ବାରା ମଣିଷ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼େ।

ରୋଷେଇ ଘରେ ଅଇଁଠା ବାସନ ରଖିବା- ରାତିରେ ଖାଇବା ପରେ ସବୁବେଳେ ଅଇଁଠା ବାସନ ସଫା କରି ଶୋଇବା ଉଚିତ୍। ଏହା ଦ୍ବାରା ଘର ସୁଖ ସମୃଦ୍ଧି ବଜାୟ ରହେ। ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରକୁ ମଧ୍ୟ ସଫା କରି ଶୋଇବା ଉଚିତ୍।

ତ୍ରିସନ୍ଧ୍ୟା ସମୟରେ ଶୋଇବା ଅନୁଚିତ୍- ଅଧିକାଂଶ ଲୋକେ ସୂର୍ଯ୍ୟାସ୍ତ ହେବା ପରେ ପରେ କାର୍ଯ୍ୟରୁ ଫେରି ଥକି ଶୋଇପଡ଼ନ୍ତି। ମାତ୍ର ଶାସ୍ତ୍ର ଅନୁସାରେ, ସୂର୍ଯ୍ୟାସ୍ତ ସମୟରେ ଶୋଇବା ଆଦୌ ଉଚିତ ନୁହେଁ। ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଘରର କ୍ଷତି ହୋଇଥାଏ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories