www.samajalive.in
Monday, December 15, 2025
15.1 C
Bhubaneswar

ଏକମାତ୍ର ଝିଅର ସ୍ମୃତିରେ ରେଡକ୍ରସ ପାଣ୍ଠିକୁ ୫ଲକ୍ଷ ଦାନକଲେ ଶିକ୍ଷୟିତ୍ରୀ, ଜିଲାପାଳଙ୍କ ଆଖିରେ ଲୁହ

ନବରଙ୍ଗପୁର: ସେ ଥିଲା ଏକମାତ୍ର ଅଲିଅଳି ଝିଅ। ବାପା ଶିକ୍ଷକ ଓ ମାଆ ଶିକ୍ଷୟିତ୍ରୀ। ତେବେ ଗତ ବର୍ଷେ ହେଲା ସେ ସିକଲସେଲ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ଅଚାନକ ଭାବେ ଗତ ମାର୍ଚ୍ଚ ୩୧ ତାରିଖରେ ସବୁ ଦିନ ପାଇଁ ଏ ଦୁନିଆ ଛାଡି ଚାଲିଗଲେ। ଏକମାତ୍ର ଝିଅକୁ ହରାଇ ଝୁରି ଝୁରି ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି। ତେବେ ଆଜି ଅଚାନକ ଭାବେ ନବରଙ୍ଗପୁର ପୌରପରିଷଦରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କର ଯୁଗ୍ମଶୁଣାଣୀ ଶିବିରରେ ପହଞ୍ଚି ସମସ୍ତ ଜିଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ରେଡକ୍ରସ ପାଣ୍ଠିକୁ ୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରି ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି ଶିକ୍ଷୟିତ୍ରୀ ମାଆ।

ନବରଙ୍ଗପୁରର ବିନାୟକ ନଗରରେ ରହୁଥିବା ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟକିରାଣୀ ଯୁଧିଷ୍ଠିର ସେଠୀଙ୍କ ଝିଅ ରଶ୍ମିତା ସେଠୀ ପାପଡ଼ାହାଣ୍ଡିର ଚନ୍ଦନପାଲା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ୱାମୀ ଅରକ୍ଷିତ ପାତିକା ରାୟଗଡ଼ା ଜିଲାରେ ଶିକ୍ଷକ ଅଛନ୍ତି। ତାଙ୍କର ଏକମାତ୍ର ଝିଅ ଦିବ୍ୟମୟୀ ପାତିକା(୧୨)ଙ୍କ ସହିତ ସେ ନବରଙ୍ଗପୁର ମିର୍ଗାନ ଗୁଡାରେ ରହୁଥିଲେ। ଦିବ୍ୟମୟୀ ସପ୍ତମ ଶ୍ରେଣୀରେ ପଢୁଥିଲେ ଏବଂ ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ସରସ୍ୱତୀ ଶିଶୁ ମନ୍ଦିର ପରେ ଆରସିଡି ହାଇସ୍କୁଲରେ ପଢ଼ୁଥିଲେ। ସେ ଗତ ଏକବର୍ଷ ହେଲା ସିକଲସେଲ ରୋଗରେ ଆକ୍ରାନ୍ତ ହୋଇଥିଲେ। ନିୟମିତ ଭାବେ ତାଙ୍କୁ ଡାକ୍ତରଖାନରେ ରକ୍ତ ଦିଆଯାଉଥିଲା। ତେବେ ଗତ ମାର୍ଚ୍ଚ ୩୧ ତାରିଖରେ ଅଚାନକ ରକ୍ତଅଭାବ ହୋଇ ଅସୁସ୍ଥ ହୋଇ ପଡ଼ିବା ସହିତ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଘରର ଏକମାତ୍ର ସନ୍ତାନକୁ ହରାଇ ବାପା ମାଆ ଅବାକ ହୋଇ ଯାଇଛନ୍ତି। ଦୁଇଜଣଙ୍କର ଆଖିରୁ ଲୁହ ଶୁଖୁନି। ଏକ ମାତ୍ର ଝିଅକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ମାଆ। ତେବେ ଆଜି ମାଆ ରଶ୍ମିତା ଅଚାନକ ଶିବରରେ ପହଞ୍ଚି ଜିଲାପାଳ ଡଃ. କମଳ ଲୋଚନ ମିଶ୍ରଙ୍କୁ ଭେଟି କାନ୍ଦି କାନ୍ଦି ତାଙ୍କର ଦୁଃଖ ଘଟଣା ଜଣାଇଥିଲେ। ସେ ତାଙ୍କର ଏକ ମାତ୍ର ଝିଅ ଦିବ୍ୟମୟୀଙ୍କର ସ୍ମୃତିରେ ଗରୀବ ନିଷ୍ପେସିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଯାହାକି ଉପସ୍ଥିତ ସମସ୍ତଙ୍କୁ ବିସ୍ମିତ ଓ ଭାବପ୍ରବଣ କରିଦେଇଥିଲା। ସମସ୍ତ ଘଟଣା ଶୁଣି ଜିଲାପାଳ ଡଃ.ମିଶ୍ରଙ୍କର ଆଖିରେ ଲୁହ ଆସିଯାଇଥିଲା। ସେ ରୁମାଲରେ ନିଜ ଆଖିର ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା। ଉପସ୍ଥିତ ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ, ଜିଲାପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ, ଉପଜିଲାପାଳ ଓ ସମସ୍ତ ଜିଲାସ୍ତରୀୟ ଅଧିକାରୀ ପ୍ରମୁଖ ଆସନରୁ ଉଠି ଏହି ମହାନତା ପାଇଁ ଅନ୍ତରରୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଜିଲାପାଳ ଡଃ.ମିଶ୍ର କହିଥିଲେ ଯେ, ଏହି ଶିବିରରେ ସମସ୍ତେ କିଛି ପାଇବା ପାଇଁ ଆସିଥାନ୍ତି। କିନ୍ତୁ ଆଜି ଜଣେ ଶିକ୍ଷୟତ୍ରୀ ମାଆ ରଶ୍ମିତା କିଛି ଦେବାକୁ ଆସିଛନ୍ତି, ଯାହା ବିରଳ ଘଟଣା। ସେ ତାଙ୍କର ଏକମାତ୍ର ଝିଅ ବିୟୋଗର ଅସହ୍ୟ ବେଦନାରେ ରହିଥିବାବେଳେ ତାଙ୍କର ସ୍ମୃତି ଉଦେଶ୍ୟରେ ୫ଲକ୍ଷ ଟଙ୍କା ଦାନ କରିଛନ୍ତି। ଏଭଳି ମନୋଭାବକୁ ନେଇ ସେ ଶିକ୍ଷୟିତ୍ରୀଙ୍କୁ ନମସ୍କାର କରି କୃତଜ୍ଞତା ଜଣାଉଥିବା କହିଥିଲେ।

- Advertisement -

ସୂଚନାଯୋଗ୍ୟ ଯେ, ଦିବ୍ୟମୟୀଙ୍କର ମୃତ୍ୟୁ ପରେ ତାଙ୍କର ନାମରେ ଥିବା ସୁକନ୍ୟା ଯୋଜନା, ଜୀବନବୀମା ଓ ସ୍କଲାରସିପ ଟଙ୍କାକୁ ସେ ରେଡକ୍ରସକୁ ଦାନ କରିଥିବା ଜଣାପଡ଼ିଛି। ଝିଅ ନାମରେ ଥିବା ସମସ୍ତ ଟଙ୍କା ଲୋକଙ୍କ ସେବାରେ ଖର୍ଚ୍ଚ କରିବାକୁ ତାଙ୍କର ମାଆ ରଶ୍ମିତା ନିବେଦନ କରିଛନ୍ତି। ତେବେ ପ୍ରଥମଥର ପାଇଁ ଜିଲାରେ ଏଭଳି ଦାନ କରିଥିବାରୁ ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ବଦାନ୍ୟତା ପାଇଁ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସାର ସୁଅ ଛୁଟିଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories