www.samajalive.in
Monday, December 15, 2025
15.1 C
Bhubaneswar

ଏନ୍‌ଏଚ୍‌ଏଆଇର ବେପରୁଆ ନୀତି, ମରଣଯନ୍ତା ଶିଖରପୁର ରାସ୍ତା

କଟକ: ଶିଖରପୁର ଛକରେ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କରାଯାଉଛି। ମାତ୍ର ନିର୍ମାଣ ବେଳେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯାଉ ନାହଁି। ମହାନଦୀ ସେତୁକୁ ସଂଯୋଗ କରୁଥିବା ସଂଯୋଗକାରୀ ରାସ୍ତାରେ ବଡ ବଡ ଖାଲ ସୃଷ୍ଟି ହୋଇଛି। ଏପରିକି ପିଚୁ ସମ୍ପୂର୍ଣ୍ଣ ଭାବେ ଉଠି ଯାଇଥିବା ବେଳେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ପ୍ରବଳ ଧୂଳି ଉଡିବା ଯୋଗୁଁ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡିଛି। ଫଳରେ ଯାତ୍ରୀମାନଙ୍କ ପାଇଁ ଏହା ମରଣଜନ୍ତା ପାଲଟିଛି। ପ୍ରତିଦିନ ଦୁର୍ଘଟଣା ଘଟି ଯାତ୍ରୀମାନେ ଆହତ ହେଉଛନ୍ତି। ଦୁଇମାସରୁ ଅଧିକ ସମୟ ହେବ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ବେ​‌େ​‌​ଳ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ବେପରୁଆ ନୀତି ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏପରି ଅବସ୍ଥା ସୃଷ୍ଟି ହୋଇଥିବା ବେଳେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ମଧ୍ୟରେ ଶିଖରପୁର ଅନ୍ୟତମ। ବିଭିନ୍ନ ସମୟରେ ଏଠାରେ ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନି ହେବା ପରେ ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ କରାଯାଉଛି। ଇତିମଧ୍ୟରେ ଶିଖରପୁରରୁ ମହାନଦୀ ସେତୁକୁ ଯିବାର ବାମ ପାର୍ଶ୍ବର ଓଭରବ୍ରିଜ୍‌ ଶେଷ ହୋଇ ଗାଡି ଚଳାଚଳ କରୁଥିବା ବେଳେ ଡାହାଣ ପାର୍ଶ୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାତ୍ର ନିର୍ମାଣ ବେ​‌େ​ଳ ସୁରକ୍ଷା ବ୍ୟବସ୍ଥା ପ୍ରତି ଆଦୌ ଗୁରୁତ୍ବ ଦିଆଯାଉ ନାହଁି। ଓଭରବ୍ରିଜ୍‌ ବାଇପାସ୍‌ ରାସ୍ତା କଡରେ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ବର୍ଷାରେ ଏହି ଖାଲରେ ପାଣି ଜମି ରହୁଥିବା ବେଳେ ରାସ୍ତା ଜଣାପଡୁ ନାହିଁ। ଫଳରେ ବହୁ ଲୋକେ ସେଠାରେ ପଡି ଆହତ ହେଲେଣି। ଏହି ମୁଖ୍ୟ ରାସ୍ତାରେ ପ୍ରତିଦିନ ବହୁ ଭାରୀଯାନ ଚଳାଚଳ କରୁଥିବାରୁ ସକାଳୁ ରାତି ପର୍ଯ୍ୟନ୍ତ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ସେଠାରେ ଟ୍ରାଫିକ୍‌ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ସମସ୍ୟାର ସମାଧାନ ହେଉପାରୁ ନାହିଁ। ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଫସି ରହିବା ଦ୍ବାରା ଅସନ୍ତୋଷ ଦେଖାଦେଉଛି। ଏ ନେଇ ସ୍ଥାନୀୟ ଲୋକେ ଠିକା ସଂସ୍ଥା ଓ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଅବଗତ କଲେ ମଧ୍ୟ ଫଳପ୍ରଦ ହୋଇପାରୁ ନାହିଁ। ରାସ୍ତାର ଏପରି ଅବସ୍ଥା ପାଇଁ ଏନ୍‌ଏଚ୍‌ଏଆଇର ବେପରୁଆ ନୀତିକୁ ଯାତ୍ରୀମାନେ ଦାୟୀ କରୁଛନ୍ତି। ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦେଶକ ନରେନ୍ଦ୍ର କୁମାରଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ପରେ କଥା ହେବି କହି ଏଡାଇ ଚାଲିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories