୫-ଟି ରୂପାନ୍ତର ବିଦ୍ୟାଳୟ ପରିଦର୍ଶନ

ବାଙ୍କୀ : ଡମପଡା  ଓ  ବାଙ୍କୀ ବ୍ଲକରେ ତତ୍ୱାବଧାରକମାନେ ୫-ଟି ରୂପାନ୍ତର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ରୂପାନ୍ତର ବିଦ୍ୟାଳୟ ୩ୟ ପର୍ଯ୍ୟାୟରେ ଡମପଡା ବ୍ଲକର ୧୦ଟି ବିଦ୍ୟାଳୟକୁ ନୂତନ ରୂପାନ୍ତର ବିଦ୍ୟାଳୟ ଭାବରେ ସାମିଲ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ଓ ବ୍ଲକ ଶିକ୍ଷାଧିକାରୀଙ୍କ  ପକ୍ଷରୁ ସମସ୍ତ ୧୦ଟି ବିଦ୍ୟାଳୟରେ ବିଦ୍ୟାଳୟ ରୂପାନ୍ତର ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ  ତତ୍ୱାବଧାର ମାନଙ୍କ ସମନ୍ୱୟ ବୈଠକ କାର୍ଯ୍ୟ ଶେଷ ହେବା ପରେ ଶନିବାର ଦିନ ଅନ୍ତର୍ଭୁକ୍ତ ହୋଇଥିବା ୧୦ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ପୁରାତନ ଛାତ୍ର ପ୍ରତିନିଧିଏବଂ ସ୍ଥାନୀୟ ସରପଞ୍ଚ ଏକାଠି ହୋଇ ପୂର୍ବରୁ ରୂପାନ୍ତରିକରଣ ଯୋଜନାରେ ସାମିଲ ହୋଇ ସ୍ମାର୍ଟ କ୍ଲାସରୁମରେ ପାଠପଢା ଓ ଅନ୍ୟାନ୍ୟ ପରିବେଶକୁ ଅନୁଧ୍ୟାନ ଏବଂ ନିଜ ବିଦ୍ୟାଳୟରେ ଏହା କିଭଳି ସଫଳତାର ସହ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି।

ଡମପଡା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ପରିସରରେ ଆୟୋଜିତ ପରିଦର୍ଶନ କାର୍ଯ୍ୟକ୍ରମରେ ଶିକ୍ଷକ ସୁବ୍ରତ ବେହେରା, ପ୍ରଶାନ୍ତ ମଲ୍ଲିକ, ଟିସି ନିଶାମଣି ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ ପଟ୍ଟନାୟକ, ପ୍ରଧାନ ଶିକ୍ଷକ କାହ୍ନୁଚରଣ ସାହୁ ପ୍ରମୁଖ ରୂପାନ୍ତର ବିଦ୍ୟାଳୟ ସମ୍ପର୍କରେ ଦିଗ୍ଦର୍ଶନ ଦେଇଥିଲେ । ଡମପଡା ବ୍ଲକ କନିଷ୍ଠ ଯନ୍ତ୍ରୀ ମୋନାଲିସା ମଲ୍ଲିକ, ରାଜଗୋପାଳ ମାରାଣ୍ଡି, ସରିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ୨ଟି ସ୍ମାର୍ଟ କ୍ଲାସରୁମ୍, ଇ-ପାଠାଗାର, ବିଜ୍ଞାନଗାର, ଶୌଚାଳୟର ମାନ ଏବଂ କ୍ରୀଡା ପାଇଁ ନୂତନ ଭାବରେ ପ୍ରସ୍ତୁତ ହେଉଥିବା କ୍ରୀଡା ପ୍ରାଙ୍ଗଣ ଏବଂ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ପରିଦର୍ଶନକାରୀ ମାନେ ବୁଲି ଦେଖିଥିଲେ। ବିଡିଓ ଶ୍ୟାମଳ କୁମାର ରାୟ ପରିଦର୍ଶନକାରୀ ମାନଙ୍କୁ ୩ ୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଥିବା ରୂପାନ୍ତର ବିଦ୍ୟାଳୟ ଗୁଡିକର ପରିଚାଳନା ପାଇଁ ଏହି ପରିଦର୍ଶନ ଗୁରୁତ୍ୱପୂର୍ଣ୍ଣ ବୋଲି ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ସମୟରେ କଣ ସମସ୍ୟା, କଣ ଭଲକାର୍ଯ୍ୟ ଏବଂ ପିଲାମାନଙ୍କ ଗୁଣାତ୍ମକ ଶିକ୍ଷାରେ କିଭଳି ପ୍ରଭାବ ପକାଇଛି ସ୍ମାର୍ଟ କ୍ଲାସରୁମରେ ଉପସ୍ଥିତ ସଦସ୍ୟ ମାନେ ଅନୁଧ୍ୟାନ କରିଛନ୍ତି। ସୂଚନା ଅନୁଯାୟୀ କୁଶପଙ୍ଗି ହାଇସ୍କୁଲ, ଶିମିଳିପୁର ହରିରାଜପୁର ଆଞ୍ଚଳିକ ବିଦ୍ୟାପୀଠ, କୁସୁନ୍ଦା ହାଇସ୍କୁଲ, ଗୋବିନ୍ଦପୁର ଆଦର୍ଶ ବିଦ୍ୟାଳୟ, ଦୁଲଣାପୁର ହାଇସ୍କୁଲ, ଢଁସର କୃଷ୍କ ବିଦ୍ୟାପୀଠ, ଡମପଡା ପ୍ରିତମ କୁମାରୀ ବିଦ୍ୟାମନ୍ଦିର, ତୁଳସୀପୁର ହାଇସ୍କୁଲ, ନରଗାଙ୍ଗ ବେବର୍ତ୍ତା ପୂର୍ଣ୍ଣାନନ୍ଦ ଉଚ୍ଚ ବିଦ୍ୟାଳୟ ପ୍ରମୁଖ ୧୦ଟି ବିଦ୍ୟାଳୟକୁ ୩ୟ ପର୍ଯ୍ୟାୟ ରୂପାନ୍ତର ବିଦ୍ୟାଳୟ ଭାବରେ ସରକାର ସାମିଲ କରିଛନ୍ତି।

prayash

ସେହିପରି ବାଙ୍କୀର ରଘୁନାଥ ଦେବତା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ୫-ଟି ଯୋଜନାରେ ସାମିଲ ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନାରେ ସମ୍ପୃକ୍ତ ତତ୍ୱାବଧାର ମାନଙ୍କର ଏକ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାଙ୍କୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ନୂତନ ଭାବରେ ୫-ଟି ଯୋଜନାରେ ସାମିଲ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦୁପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଉଡଚ୍ଛେଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁୟାରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଉଁଶପୁଟ୍ଟ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଳବିହାରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ସରଣ୍ଡା ଉଚ୍ଚ ବିଦ୍ୟାପୀଠ, କାଳିପୋଇ ଗ୍ରାମପଞ୍ଚାୟତ ହାଇସ୍କୁଲ ଓ ବ୍ରହ୍ମପୁରା ସଚ୍ଚଳାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ମୋଟ ୯ଟି ବିଦ୍ୟାଳୟର ସଦସ୍ୟ ମାନେ ସାମିଲ ହୋଇ ରୂପାନ୍ତର ବିଦ୍ୟାଳୟର ପରିଚାଳନା ସମ୍ପର୍କିତ ଜ୍ଞାନ କୌଶଳ ଆହାରଣ କରିଛନ୍ତି । ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀଙ୍କ ପରିଚାଳନାରେ ଅନୁଷ୍ଠିତ ପରିଦର୍ଶନ ଓ ଅନୁଧ୍ୟାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ ବିଡିଓ ଯୋଗେଶ୍ବର ନାୟକ ଯୋଗଦେଇ ଯୋଜନା, ବିଦ୍ୟାଳୟ ପରିଚାଳନା, ୨ଟି ସ୍ମାର୍ଟ କ୍ଲାସରୁମ୍, ଇ-ପାଠାଗାର ଓ ବିଜ୍ଞାନାଗାର ସମ୍ପର୍କରେ ଆଲୋଚନା କରିଥିଲେ । ସହକାରୀ ନିର୍ବାହୀଯନ୍ତ୍ରୀ ବିଜୟଲକ୍ଷ୍ମୀ ପରିଡା, କନିଷ୍ଠ ଯନ୍ତ୍ରୀ ପ୍ରଭାକର ସେନାପତି, ଶାସ୍ୱତୀ ପ୍ରଧାନ, ରୂପନ୍ୱିତା ସ୍ୱାଇଁ, ଲୋପାମୁଦ୍ରା ନାୟକ,ଏବିଇଓ ମାଧବଚନ୍ଦ୍ର ଦେହୁରୀ ଓ ଲତିକା ଦେଇ ପ୍ରମୁଖ ଉପସ୍ଥିତ ରହି ତତ୍ୱାବଧାରକ ମାନଙ୍କୁ ୫-ଟି ରୂପାନ୍ତର ବିଦ୍ୟାଳୟ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ବିଦ୍ୟାଳୟର ସୌନ୍ଦର୍ଯ୍ୟୀ କରଣ କାର୍ଯ୍ୟ ସହିତ ଅନ୍ୟ ସମସ୍ତ କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇବାକୁ ପରାମର୍ଶ ଦିଆଯାଇଛି । ପ୍ରତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜଣେ ପୁରାତନ ଛାତ୍ର, ଶିକ୍ଷା ପରିଚାଳନା କମିଟି ସଭାପତି, ସ୍ଥାନୀୟ ସରପଞ୍ଚଙ୍କ ସମେତ ୪ଜଣ ଲେଖାଏଁ ଏହି ପରିଦର୍ଶନରେ ସାମିଲ ହୋଇଥିଲେ।

kalyan agarbati

Comments are closed.