ପାରିବାରିକ କଳହ ନେଲା ସ୍ତ୍ରୀର ଜୀବନ
ଠାକୁରମୁଣ୍ଡା : ପରିବାରିକ କୋଳହ ନେଲା ସ୍ତ୍ରୀର ଜୀବନ,ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ବିସ୍ଥାପିତ ବସ୍ତିରୁ । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଗିରିଶ ଦେହୁରୀ ଏବଂ ସ୍ତ୍ରୀ ଭୁଲି ଦେହୁରୀଙ୍କ ମଧ୍ୟରେ ସାମନ୍ୟ ମାଂସ ତରକାରୀ ରନ୍ଧାକୁ ନେଇ ଗଣ୍ଡଗୋଳ ହଇଥିଲା। ତେବେ ଗଣ୍ଡଗୋଳ ଏତେ ଭୟଙ୍କର ଥିଲା ଯେ ସ୍ତ୍ରୀ ଭୁଲି ଦେହରୀକୁ ଏକ ଲୁହା ପାଇପରେ ପିଟି ପିଟି ଗିରିଶ ନିର୍ମମ ହତ୍ୟା କରିଥିବା ଆଜି ସକାଳୁ ସକାଳୁ ଜଣା ପଡିଥିଲା। ତେବେ ଘଟଣା ସମ୍ପର୍କରେ ଭୁଲି ଦେହୁରୀର ମା’ ମିନା ଦେହୁରୀ ଠାକୁରମୁଣ୍ଡା ଥାନା ପୁଲିସରେ ଲିଖିତ ଭାବେ ଜଣାଇବା ପରେ ସ୍ତ୍ରୀ ହନ୍ତା ସ୍ୱାମୀ ଗିରିଶକୁ ପୁଲିସ ଗିରଫ କରିଛି । ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପଠେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।
Comments are closed.