www.samajalive.in
Saturday, December 13, 2025
23.1 C
Bhubaneswar

ଟଙ୍କା ମୂଲ୍ୟରେ ହ୍ରାସକୁ ବନ୍ଦ କରିବାର ପ୍ରୟାସ, ଅନାବଶ୍ୟକ ସାମଗ୍ରୀ ଆମଦାନୀ ଉପରେ ଲାଗିବ କଟକଣା

ନୂଆଦିଲ୍ଲୀ : ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାର ବିଦେଶରୁ ଋଣ ଆଣିବାର ନିୟମକୁ କୋହଳ କରିଥିବାବେଳେ ଅଣ ଆବଶ୍ୟକ ଆମଦାନୀ ଉପରେ କଟକଣା ଲାଗୁ ପାଇଁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବ୍ୟବସ୍ଥାର ସମୀକ୍ଷା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଉର୍ଜିତ ପଟେଲେ ଏବଂ ଅର୍ଥ ମନ୍ତ୍ରାଳୟର ଅଧିକାରୀମାନେ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହି ନୂଆ ନିଷ୍ପତ୍ତିର ଉଦ୍ଦେଶ୍ୟ ଚାଲୁ ଖାତାରେ କ୍ଷତି ଉପରେ ଅଙ୍କୁଶ ଲଗାଇବା, ବିଦେଶୀ ମୁଦ୍ରା ପ୍ରବାହ ବଢାଇବା, ରପ୍ତାନୀକୁ ପ୍ରୋତ୍ସାହନ ଦେବା ଓ ଅନାବଶ୍ୟକ ସାମଗ୍ରୀର ଆମଦାନୀ ଉପରେ ଅଙ୍କୁଶ ଲଗାଇବ। ତେବେ କେଉଁ ସାମଗ୍ରୀ ଆମଦାନୀ ଉପରେ କଟକଣା ଜାରି କରାଯିବ ତାହା ଜେଟଲୀ ସ୍ପଷ୍ଟ କରିନାହାନ୍ତି। ବିଭାଗୀୟ ମନ୍ତ୍ରାଳୟ ସହ ବିଚାର ବିମର୍ଶ ପରେ ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories