www.samajalive.in
Sunday, December 7, 2025
23.1 C
Bhubaneswar

ରୋଗୀକୁ ବେହୋସ ନ କରି କରାଗଲା ବ୍ରେନ୍‍ ସର୍ଜରୀ: ଫେସ୍‍ବୁକ୍‍ ଲାଇଭରେ ଦେଖିଲେ ହଜାର ହଜାର ଲୋକ

ୱାଶିଂଟନ୍‍: ଚିକିତ୍ସା ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ରୋଗୀକୁ ବେହୋସ କରା ନ ଯାଇ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି। ଏହାସହିତ ଅସ୍ତ୍ରୋପଚାର ସମୟର ଦୃଶ୍ୟକୁ ଫେସ୍‍ବୁକ୍‌ରେ ଲାଇଭ୍‍ ମଧ୍ୟ କରାଯାଇଛି। ଯାହାକୁ ହଜାର ହଜାର ଲୋକ ଦେଖିଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ଆମେରିକାର ଏକ ଡାକ୍ତରଖାନା ମେଥୋଡିଷ୍ଟ୍‍ ଡଲାସରେ ଜେନା ସ୍କ୍ରେଡ଼୍‍ ନାମକ ଜଣେ ମହିଳାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି, ସେ ପୁଣି ସମ୍ପୂର୍ଣ୍ଣ ସଚେତ ଥିବାବେଳେ। ଏହାସହିତ ଡାକ୍ତରଖାନାର ଫେସ୍‍ବୁକ୍‍ ପେଜ୍‌ରେ ସକାଳ ୧୧:୪୫ ଠାରୁ ଏହି ଅସ୍ତ୍ରୋପଚାର ପ୍ରକ୍ରିୟାର ଲାଇଭ୍‍ ଷ୍ଟ୍ରିମିଂ ମଧ୍ୟ କରାଯାଇଛି।

ଅସ୍ତ୍ରୋପଚାର ସମୟରେ ଜେନା ଡାକ୍ତରଙ୍କ ସହ କଥାବାର୍ତ୍ତା କରୁଥିବା ଏହି ଲାଇଭ୍‍ ଭିଡିଓରେ ଦେଖିବାକୁ ମିଳିଛି। ମେଥୋଡିଷ୍ଟ୍‍ ଡଲାସର ମୁଖ୍ୟ ଡା. ନିମେଶ ପଟେଲଙ୍କ କହିବାନୁସାରେ, ଏ ପ୍ରକାର ଅସ୍ତ୍ରୋପଚାର ସମୟରେ ରୋଗୀ ଲଗାତର କଥାବାର୍ତ୍ତା କରିବା ଆବଶ୍ୟକ। ଏହାଦ୍ୱାରା ଅସ୍ତ୍ରୋପଚାରରେ ଯଦି କୌଣସି ଭୁଲ୍‍ ହୁଏ ତେବେ ତାହାକୁ ସୁଧାରିହେବ। ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ଜେନାଙ୍କୁ ଲଗାତର କିଛି ଫଟୋ ଦେଖାଉଥିଲେ। ଏହାଦ୍ୱାରା ସ୍ପଷ୍ଟ କରାଯାଉଥିଲା ଯେ ଅସ୍ତ୍ରୋପଚାର ସମୟରେ ତାଙ୍କ ମସ୍ତିଷ୍କର ଭଲ ସ୍ଥାନ ଗୁଡ଼ିକରେ କୌଣସି କ୍ଷତି ପହଞ୍ଚା ଯାଉନାହିଁ।

- Advertisement -

ଡାକ୍ତର ବାର୍ଟେଲ ମିଶେଲ କହିଛନ୍ତି, ଯଦି ଏହି ଅସ୍ତ୍ରୋପଚାରରେ କିଛି ତ୍ରୁଟି ରହିଥାଆନ୍ତା, ତେବେ ଜେନା ସାରା ଜୀବନ ପାଇଁ ମୁକ ହୋଇ ଯାଇଥାଆନ୍ତେ। ତେଣୁ ଆମେ ତାଙ୍କ ସହ କଥାବାର୍ତ୍ତା କରୁଥିଲୁ। ଯଦ୍ୱାରା ଆମେ ଜାଣି ପାରିବୁ ଯେ, ଅସ୍ତ୍ରୋପଚାର ସଠିକ୍‍ ଭାବେ ଚାଲିଛି। ତେବେ ଏହି ଅସ୍ତ୍ରୋପଚାର ଦେଖି ଅନ୍ୟ ଲୋକମାନେ ମଧ୍ୟ ଉପକୃତ ହେବେ ବୋଲି ନିଜେ ଜେନା କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories