www.samajalive.in
Monday, December 15, 2025
24.1 C
Bhubaneswar

ବୃକ୍ଷ ଡାକ୍ତର ବିଜୟ ନିଶାନ୍ତ

କର୍ଣ୍ଣାଟକ : ପ୍ରଶାସନିକ କଟକଣା ଓ ନାନା ପ୍ରକାର ସୁରକ୍ଷାମୂଳକ ପଦକ୍ଷେପ ସତ୍ତ୍ବେ କାଠ ମାଫିଆ ଜଙ୍ଗଲରୁ ବହୁ ମୂଲ୍ୟବାନ ବୃକ୍ଷ କାଟି ନେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ତେବେ ଅନେକ ସମୟରେ ବୃହତାକାୟ ମୂଲ୍ୟବାନ ବୃକ୍ଷଗୁଡିକୁ କାଟିବା ଲାଗି ଲୋକେ ସେଥିରେ ଲେଡ ବା କିଛି ଏସିଡ ପ୍ରୟୋକ କରିଥାଆନ୍ତି। ଯଦ୍ଦ୍ବାରା ବୃକ୍ଷଟି କ୍ରମଶଃ ରୋଗାକ୍ରାନ୍ତ ହୋଇପଡେ। ଏଠାରେ କହିବା ବାହୁଲ୍ୟ ଯେ ସବୁଜିମାର ସୁରକ୍ଷା ନିମନ୍ତେ କେବଳ ଚାରାରୋପଣ କଲେ ହେବ ନାହିଁ ତାହା ଯତ୍ନ ମଧ୍ୟ ଆବଶ୍ୟକ। ଯେଉଁ ବୃକ୍ଷଗୁଡିକ ବଞ୍ଚି ରହିଛି ସେଗୁଡିକୁ ସୁସ୍ଥ ରଖିବା ଦରକାର। କର୍ଣ୍ଣାଟକର ମାରାଥାଲି ଅଞ୍ଚଳରେ ବୃକ୍ଷରେ ଏସିଡ ପ୍ରୟୋଗ ଭଳି ଘଟଣା ବାଙ୍ଗାଲୋରର ଜୟନଗର ଅନ୍ତର୍ଗତ ବିଜୟ ନିଶାନ୍ତଙ୍କୁ ଖୁବ ବ୍ୟଥିତ କରିଥିଲା। ବାଲ୍ୟକାଳରୁ ବୃକ୍ଷ ଏବଂ ଏହାର ସଂରକ୍ଷଣ ପ୍ରତି ବିଶେଷ ରୁଚି ରଖୁଥିବା ବିଜୟ ଏଭଳି ବୃକ୍ଷଗୁଡିକର ଚିକିତ୍ସା କାର୍ଯ୍ୟ କରୁଛନ୍ତି। ଏଥିନେଇ ସେ ବିଧିବଦ୍ଧ ଭାବେ ଏକ ବୃକ୍ଷ କ୍ଲିନିକ ପ୍ରତିଷ୍ଠା କରିଛନ୍ତି। ଏସିଡ ପ୍ରୟୋଗ ପରେ ସଂକ୍ରମଣର ଶିକାର ହୋଇଥିବା ବୃକ୍ଷଗୁଡିକ​‌େ​‌ର କମଳା ତେଲ ଏବଂ ମହମ ପ୍ରୟୋଗ କରି ଚିକିତ୍ସା କରାଯାଉଛି। ପୁନଃ ସୁସ୍ଥ କରାଉଛି ଏହି କ୍ଲିନକ। ଏହାଦ୍ବାରା ପ୍ରାୟ ଏକମାସ ମଧ୍ୟରେ ବୃକ୍ଷଗୁଡିକ ସୁସ୍ଥ ହୋଇଯାଏ ବୋଲି ବିଜୟ କୁହନ୍ତି। ଖାଲି ଏତିକି ନୁହେଁ, କେତେ ବୃକ୍ଷ କଟାଯାଇଛି, କେତେ ବୃକ୍ଷ ଜୀବିତ ଓ ସୁସ୍ଥ ରହିଛି ସେସବୁର ହିସାବ ମଧ୍ୟ ରଖୁଛନ୍ତି ବିଜୟ। ପ୍ରତ୍ୟକ ବୃକ୍ଷର ଗଣାନା କରି ତାହାକୁ ନମ୍ବରିଂ ମଧ୍ୟ କରୁଛନ୍ତି। ଏଥିନେଇ ସେ ଇଞ୍ଜିନିୟରିଂ ପାଠପଢା ଅଧାରୁ ଛାଡି ବୃକ୍ଷ.କମ ନାମକ ଏକ ୱେବସାଇଟ ଚଳାଇଛନ୍ତି। ବୃହତ ବାଙ୍ଗୋଲୋର ମହାନଗର ପାଳିକାର ଜଙ୍ଗଲ ସେଲର ସ୍ବେଚ୍ଛାସେବୀ ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି। କର୍ଣ୍ଣାଟକ ବୃକ୍ଷ ସଂରକ୍ଷଣ ଆଇନ ୧୯୭୬ରେ ସଂଶୋଧନ ଲାଗି ଆଗତ ଏକ ବିଲ ବିରୋଧ ରେ ଏକଦା ଅନୁଷ୍ଠିତ ବିକ୍ଷୋଭରେ ସେ ସାମିଲ ହୋଇଥିଲେ। ଏହି ଆଇନ ସମଗ୍ର ରାଜ୍ୟରେ ବେଆଇନ ବୃକ୍ଷ କାଟକୁ ପରୋକ୍ଷରେ ପ୍ରୋତ୍ସାହିତ କରିବାର ଆଶଙ୍କା ଥିବା ଦର୍ଶାଯାଇଥିଲା। ଏଣୁ ଏହା ବିରୋଧରେ ସମର୍ଥନ ଯୋଗାଡ କରିବାରେ ବିଜୟ ଏବଂ ଅନ୍ୟ ପ୍ରକୃତିପ୍ରେମୀଙ୍କର ନିରନ୍ତର ଉଦ୍ୟମ ସଫଳ ହୋଇଥିଲା। ରାଜ୍ୟ ସରକାର ଚଳିତବର୍ଷ ପ୍ରାରମ୍ଭରେ ବିଲ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories